ପୁଲିସ ମୁଖ୍ୟାଳୟରେ ଜାତୀୟ ସଦଭାବନା ଦିବସ ପାଳିତ

କଟକ: ରାଜ୍ୟ ପୁଲିସ ମୁଖ୍ୟାଳୟରେ ମଙ୍ଗଳବାର ଜାତୀୟ ସଦଭାବନା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସଦଭାବନା ଶପଥ ପାଠ କରାଇଥିଲେ । ଜାତି, ଧର୍ମ, ଭାଷା ଓ ଅଞ୍ଚଳ ନିର୍ବିଶେଷରେ ଦେଶର ସଦଭାବନା ଏବଂ ଭାବନାତ୍ମକ ଏକତା ନିମନ୍ତେ କାର୍ୟ୍ୟ କରିବା ସହ ନିଜ ନିଜ ମଧ୍ୟରେ ଥିବା ମତଭେଦକୁ ଆପୋଷ ଆଲୋଚନା ,ଅହିଂସା ତଥା ସାମ୍ବିଧାନିକ ବିଥି ବ୍ୟବସ୍ଥା ମାଧ୍ୟମରେ ସମାଧାନ କରିବାକୁ ଶପଥ ପାଠ କରିଥିଲେ । ଏହି ଶପଥ ପାଠ କାର୍ୟ୍ୟକ୍ରମରେ ଡି.ଆଇ.ଜି(ହେଡକ୍ବାଟର) ଶ୍ସଫିନ ଅହମ୍ମଦ କେ ,ଏ.ଆଇ.ଜି ବିବେକାନନ୍ଦ ଶର୍ମା ,ରବିନାରାୟଣ ବେହେରା ,ଶ୍ରୀ ବିନୟ ବାବୁ ଙ୍କ ସମେତ ସମସ୍ତ ସଂସ୍ଥା ଅଧିକାରୀ ,ଉପବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ ।

Comments are closed.