ବାତ୍ୟା ବୁଲବୁଲର କ୍ଷୟକ୍ଷତି ଆକଳନ ପରେ କେନ୍ଦ୍ରୀୟ ଟିମର ସମୀକ୍ଷା ବୈଠକ

ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା

ଭୁବନେଶ୍ୱର: ଓଡିଶାରେ ବାତ୍ୟା ବୁଲବୁଲ ଜନିତ କ୍ଷୟକ୍ଷତିର ଆକଳନ କରିବା ପାଇଁ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନରେ ଆସିଥିବା କେନ୍ଦ୍ରୀୟ ଟିମ୍‍ ତାଙ୍କର ପରିଦର୍ଶନ ଶେଷ କରି ଭୁବନେଶ୍ୱରରେ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ମୂଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟରେ ବାତ୍ୟା ବୁଲବୁଲର କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ପରିଦର୍ଶନରେ ଆସିଥିବା କେନ୍ଦ୍ରୀୟ ଟିମର ମୂଖ୍ୟ ସହେଲୀ ଘୋଷ ରାୟ ସୂଚନା ଦେଇକହିଛନ୍ତି ଯେ ,ବାତ୍ୟା ବୁଲବୁଲରେ ଓଡିଶାର ବାଲେଶ୍ୱର,ଭଦ୍ରକ,କେନ୍ଦ୍ରାପଡା ଏବଂ ଜଗତସିଂହପୁରରେ ବ୍ୟାପକ ଧାନ ଫସଲ,ବାସଗୃହ ଏବଂ ବିଦ୍ୟୁତ ଭିତ୍ତିଭୂମିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କିନ୍ତୁ ରାଜ୍ୟ ସରକାର ବାତ୍ୟା ବୁଲବୁଲ ପରେ ଯେଉଁ ପୁନରୁଦ୍ଧାର କାର୍ଯ୍ୟ କରିଛନ୍ତି ତାହା ପ୍ରଶଂସାଯୋଗ୍ୟ।
କେନ୍ଦ୍ରୀୟ ଟିମ୍‍ ସହ ବୈଠକ ପରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି ଚଳିତ ବାତ୍ୟା ବୁଲବୁଲରେ ରାଜ୍ୟରେ ୨ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି। ସପ୍ତାହକ ମଧ୍ୟରେ କେନ୍ଦ୍ରକୁ ରାଜ୍ୟର ସମସ୍ତ କ୍ଷୟକ୍ଷତିର ରିପୋର୍ଟ ଜଣାଇଦିଆଯିବ। ପ୍ରାଥମିକ ଆକଳନ କରାଯିବା ପରେ ଘର କ୍ଷୟକ୍ଷତିର ତାଲିକା ପ୍ରସ୍ତୁତ କରାଯାଇ ପଞ୍ଚାୟତ ଅଫିସରେ ଲାଗାଯିବା। ଯେଉଁମାନେ କୌଣସି କାରଣ ପାଇଁ ବାଦ ପଡିଥିବେ ସେମାନେ ୭ ଦିନ ମଧ୍ୟରେ ଅଭିଯୋଗ କରିପାରିବେ। ୭ ଦିନ ପରେ ପଞ୍ଚାୟତ ଅଫିସରେ ଚୁଡାନ୍ତ ତାଲିକା ମରାଯିବା ସହ ୱେବସାଇଟରେ ଛଡାଯିବ।

Comments are closed.