କଳାପଥରରେ ରାଜ୍ୟସ୍ତରୀୟ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ୍‍

0

କଳାପଥର : ବାଙ୍କୀଣ୍ଟଆଥେଲେଟିକ ଆସୋସିଏସନ୍‍ ତରଫରୁ ଆୟୋଜିତ ହୋଇଥିବା ରାଜ୍ୟସ୍ତରୟ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସରେ ଆୟୋଜକ ବାଙ୍କୀ ଦଳ ଏବଂ ଅଟ୍ରି କିକେଟ୍‍ କ୍ଲବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଟସ୍‍ ଜିତି ଅଟ୍ରିଦଳ ନିର୍ଦ୍ଧାରିତ ୨୬ ଓଭରରେ ୯ ୱିକେଟ ହରାଇ ୧୯୨ ରନ୍‍ ସଂଗ୍ରହ କରିଥିଲେ। ଦଳପକ୍ଷରୁ ଦେବୀପ୍ରସାଦ ସର୍ବାଧିକ ୫୫ରନ୍‍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ। ବାଙ୍କୀ ଆଥେଲେଟିକ ଆସୋସିଏସନର ଜିଲୁ ପଣ୍ଡା ଏବଂ ଜ୍ୟୋତି ରଞ୍ଜନ ଦାସ ୨ଟି ଲେଖାଏଁ ୱ୍‍ିକେଟ୍‍ ଅକ୍ତିଆର କରିଥିଲେ। ବାଙ୍କୀ ଆଥେଲେଟିକ୍‍ ଆସୋସିଏସନ୍‍ ବିଜୟ ରନର ପିଛାକରି ୨୧ତମ ଓଭରରେ ୬ୱ୍‍ି୍‍କେଟ୍‍ ହରାଇ ବିଜୟ ହାସଲ କରିଥିଲା। ଦଳ ତରଫରୁ ଶବିର କୁମାର ବେହେରା ସର୍ବାଧିକ ୫୮ରନ୍‍ ଏବଂ ବିଶ୍ୱଜିତ୍‍ ମହାପାତ୍ର ଅପରାଜିତ ୪୮ରନ୍‍ ସଂଗ୍ରହ କରିଥିଲେ। ମୁଖ୍ୟ ଅତିଥିଭାବେ ସୌମେନ୍ଦ୍ର ମିଶ୍ର ଯୋଗଦେଇ ବିଶ୍ୱଜିତ ମହାପାତ୍ରଙ୍କୁ ଶ୍ରେଷ୍ଠ ଖେଳ ପ୍ରଦର୍ଶନ ପାଇଁ ମ୍ୟାନ୍‍ ଅଫ୍‍ ଦ ମ୍ୟାଚ୍‍ ଭାବେ ପୁରଷ୍କୃତ କରାଯାଇଥିଲା। ଖେଳପରିଚାଳକ ଭାବେ ଶୁଭେନ୍ଦୁ ମିଶ୍ର ଏବଂ ଦିଲ୍ଲୀପ କୁମାର ବେହେରା ମ୍ୟାଚ ପରିଚାଳନା କରିଥିଲେ।

Leave A Reply