ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା ପାଇଁ ଜିଲ୍ଲାସ୍ତରରେ ଚୟନ ପକ୍ରିୟା

ବଲାଙ୍ଗିର: ବଲାଙ୍ଗିର ଆର. ଏନ ସିଂହଦେଓ ସ୍ପୋର୍ଟସ କଂପ୍ଲେକ୍ସରେ ଥିବା ସନ୍ତରଣାଗାରରେ ପ୍ରଥମ ଥର ପାଇଁ ଆସନ୍ତା ୨୫ ତାରିଖରୁ ରାଜ୍ୟସ୍ତରୀୟ ଇଣ୍ଟରକ୍ଲବ ଓ ମାଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସୂଚନା ମିଲିଛି। ଏହି ଅବସରରେ ଏହି ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ ପାଇଁ ଏକ ଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଜିଲ୍ଲା ସନ୍ତରଣ ସଂଘ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ଜଣାପଡିଛି। ଜିଲ୍ଲାର ବିଭିନ୍ନ ସ୍କୁଳ, କଲେଜରୁ ସନ୍ତରଣ ପ୍ରତିଯୋଗୀ ମାନେ ଭାଗ ନେଇଥିଲେ। ଏଥିରେ ଭଲ ପ୍ରଦର୍ଶନ କରିବା ସହିତ ଆସନ୍ତା ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା ରେ ଭାଗ ନେବା ପାଇଁ ୪୦ ଜଣ ପ୍ରତିଯୋଗୀଙ୍କୁ ମନୋନୀତ କରାଯାଇଥିବା ସଂଘ ସଂପାଦକ ସୁମିତ ରଞ୍ଜନ ପୁରୋହିତ ସୂଚନା ଦେଇଛନ୍ତି। ଆସନ୍ତା ୨୫ ରୁ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଯୋଗ୍ୟତା ହାସଲ କରିଥିବା ପ୍ରତିଯୋଗୀ ମାନେ ଭାଗ ନେବା ସହିତ ଭଳ ପ୍ରଦର୍ଶନ କରିବେ ବୋଲି ସଂଘ ଆଶା ରଖିଥିବା ସଂପାଦକ ପ୍ରକାଶ କରିଛନ୍ତି।

Comments are closed.