ଦୁର୍ଗତଙ୍କ ସହାୟତା ପାଇଁ ବିବାହ ସ୍ଥଗିତ କଲେ ଏହି ସିନେ ତାରକା

0

ତିରୁଭାନନ୍ତପୁରମ୍‍: କେରଳର ପ୍ରଳୟଙ୍କରୀ ବନ୍ୟା ଦୁର୍ଗତଙ୍କୁ ସହାୟତା ପାଇଁ ଦେଶବିଦେଶରୁ ସହାୟତାର ସୁଅ ଛୁଟିିଛି। ଅନେକ ମାନବିକତା ଓ ଉତ୍ସର୍ଗୀକୃତ ମନୋଭାବର ଉଦାହରଣ ଦେଖିବାକୁ ମିଳୁଛି। ଏହି କ୍ରମରେ ଯୋଡ଼ି ହୋଇଯାଇଛନ୍ତି ଜଣେ ଚଳଚ୍ଚିତ୍ର ତାରକା।
ମାଲାଲାୟାମ୍‍ ଅଭିନେତା ରାଜୀବ ପିଲାଇ ଆଜିଥା ନାମ୍ନୀ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ବିବାହ ପାଇଁ ଯୋଗ ତାରିଖ ନିର୍ଘଣ୍ଟ ସ୍ଥିର ହୋଇସାରିଥିଲା। ତିନି ଦିନ ତଳେ ତାଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାନ୍ତା। କିନ୍ତୁ ନାନୁରରେ ବନ୍ୟା ଦୁର୍ଗତଙ୍କ ଦୁର୍ଦ୍ଦଶା ଦେଖିବାପରେ ରାଜୀବ ସେମାନଙ୍କୁ ସହାୟତା ଓ ଉଦ୍ଧାର କରିବା ପାଇଁ ବାହାରି ପଡ଼ିଥିଲେ। ରାଜୀବଙ୍କ ଏହି ନିଷ୍ପତ୍ତି ଓ କାର୍ଯ୍ୟାବଳୀକୁ ମାଲାଲାୟାମ୍‍ ଅଭିନେତ୍ରୀ ରିଚ୍ଚା ଚଢା ତାଙ୍କ ଇନ୍‍ଷ୍ଟାଗ୍ରାମ୍‍ ଆକାଉଣ୍ଟରେ ସେୟାର କରିଛନ୍ତି।

Leave A Reply