ରାହୁଲଙ୍କୁ  ପ୍ରଧାନମନ୍ତ୍ରୀ ପ୍ରାର୍ଥୀ  ହେବା ପାଇଁ ପ୍ରସ୍ତାବ ଦେଲେ ଡିଏମ୍‌କେ ଅଧ୍ୟକ୍ଷ ଷ୍ଟାଲିନ୍‌

0

ଚେନ୍ନାଇ . – ରାହୁଲ ଗାନ୍ଧୀଙ୍କୁ ବିରୋଧି ଦଳମାନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ  ହେବା ପାଇଁ ଡିଏମ୍‌କେର ଅଧ୍ୟକ୍ଷ ଷ୍ଟାଲିନ୍‌ ପ୍ରସ୍ତାବ ଦେଇଛନ୍ତି ।  ରବିବାରରେ ଚେନ୍ନାଇରେ ଡିଏମ୍‌କେର ପୂର୍ବତନ ଅଧ୍ୟକ୍ଷ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀଏମ୍‌ କରୁଣାନିଧିଙ୍କର ଏକ ପ୍ରତିମୂର୍ତ୍ତୀ ଉନ୍ମୋଚନ  ଅବସରରେ ଉଭୟ ସୋନିଆ ଗାନ୍ଧୀ ଓ ରହୁଲ ଗାନ୍ଧୀ ଉପସ୍ଥିତ ଥିଲେ । ଏହି ଅବସରରେ ରାହୁଲଙ୍କୁ ବିରୋଧି ଦଳମାନଙ୍କର  ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ଷ୍ଟାଲିନ ପ୍ରସ୍ତାବ ଦେଇଛନ୍ତି ।

ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସର ଭଲ ପ୍ରଦର୍ଶନ ପରେ ଏବେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆସନ୍ତା ସାଧାରଣ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସେ ପ୍ରକାଶ କରିଛନ୍ତି ।

ଏହି  ପ୍ରତିମୂର୍ତ୍ତୀ  ଉନ୍ମୋଚନ ଉତ୍ସବରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ, କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଓ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ ଉପସ୍ଥିତ ଥିଲେ । ଅଭିନେତାରୁ ରାଜନେତା ବନିଥିବା ରଜନୀକାନ୍ତ ବି ଏହି ଉତ୍ସବରେ ସାମିଲ ହୋଇଥିଲେ ।

Leave A Reply