ଗମ୍ଭାରୀମୁଣ୍ଡା ଫାଣ୍ଡିରେ ଛୁରାମାଡ଼, ୬ ଆହତ

0

ବାଣପୁର : ସନ୍ଧ୍ୟା ଗହଳି ସମୟରେ ବଜାରରେ ବଡ ଗାଡି ଚଳାଚଳକୁ ନେଇ ଗମ୍ଭାରୀମୁଣ୍ଡା ବଜାରରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ହୋଇଛି। ପରେ ଗମ୍ଭାରୀମୁଣ୍ଡା ଫାଣ୍ଡିରେ ଛୁରାମାଡ ଯୋଗୁ ୬ ଜଣ ଆହତ ହୋଇଛନ୍ତି। ପୁଲିସ ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ବଜାରଟି ସଂକୀର୍ଣ୍ଣତା ଯୋଗୁ ସକାଳ ଓ ସନ୍ଧ୍ୟାରେ ପ୍ରାୟ ଗହଳି ବେଶି ହୋଇଥାଏ। ଶନିବାର ସନ୍ଧ୍ୟାରେ ନିକଟସ୍ଥ ଘାସେଡିହ ମୋହନପୁରର ଗ୍ରାମର ସଚ୍ଚିନ୍ଦ୍ର ନାୟକ ପଶ୍ଚିମ ବଙ୍ଗରେ ଚାକିରିରୁ ଅବସର ଗ୍ରହଣ କରିଥିବାରୁ ଏକ ଟ୍ରକ୍‌ରେ ସମସ୍ତ ଆସବାବପତ୍ର ନେଇ ଗ୍ରାମକୁ ଫେରୁଥିଲେ। ସନ୍ଧ୍ୟା ୭ଟାରେ ଗମ୍ଭାରୀମୁଣ୍ଡା ବଜାରରେ ଏହି ଗାଡିଟି ଯାଉଥିବା ବେଳେ ରାସ୍ତା ଜାମ ହେବା ଦର୍ଶାଇ ଗହଳି ସରିବା ପରେ ରାତିରେ ଗାଡି ନେବାକୁ ସ୍ଥାନୀୟ ଖଜୁରିଆ ଗ୍ରାମର ଟୁକୁନା ସାମନ୍ତସିଂହାର ଟ୍ରକ ଚାଳକକୁ କହିଥିଲେ। ଏଥିରେ ଟ୍ରକରେ ଥିବା ସଚ୍ଚିନ୍ଦ୍ରଙ୍କ ପୁଅ ରଥିନ୍ଦ୍ର ନାୟକ (୩୦) ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଉଭୟଙ୍କ ସମର୍ଥକ ଘଟଣାସ୍ଥଳରେ ପହଞ୍ଚିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଗମ୍ଭାରୀମୁଣ୍ଡା ଫାଣ୍ଡି ଅଧିକାରୀ ଉଭୟ ପକ୍ଷଙ୍କୁ ଫାଣ୍ଡିକୁ ନେଇଥିଲେ। ତେବେ ଉଭୟ ପକ୍ଷଙ୍କ ସମର୍ଥକ ଫାଣ୍ଡି ନିକଟରେ ପହଞ୍ଚି ମାରପିଟ ହେବାବେଳେ କେହି ଛୁରାମାଡ଼ କରିଥିଲେ।

Leave A Reply