ସହିଦ ଲକ୍ଷ୍ମଣ ନାୟକ

0

ସ୍ୱାଧୀନତା ସଂଗ୍ରାମର ପ୍ରତ୍ୟେକ ପର୍ଯ୍ୟାୟରେ ଓଡିଶାର ଆଦିବାସୀ ସମାଜ ସମସ୍ତ ପ୍ରତିବନ୍ଧକକୁ ପଛରେ ପକାଇ ଦେଶଭକ୍ତିର ପରିଚୟ ଦେଇଥିଲେ। ଦେଶ ପାଇଁ ନିଜର ଦେଶପ୍ରେମ, ଦେଶଭକ୍ତି ପାଇଁ ପଛେଇ ନ ଯାଇ ପ୍ରାଣ ଦେଇଥିଲେ। ୨୯ ମାର୍ଚ୍ଚ ୧୯୪୩ ମସିହା, ଓଡିଶାର ବୀରପୁତ୍ର ଭାବେ ପରିଚିତ ଲକ୍ଷ୍ମଣ ନାୟକ ନିଜ ମାତୃଭୁମି ପାଇଁ ବିଟ୍ରିଶ ସରକାରଙ୍କ ସହ ଲଢି ଜୀବନ ଦେଇଥିଲେ।

ଲକ୍ଷ୍ମଣ ନାୟକ ନଭେମ୍ବର ୨୨, ୧୮୯୯ ମସିହାରେ କୋରାପୁଟ ଜିଲାର ତେନ୍ତୁଳିଗୁମ୍ମା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ପଦଲମ ନାୟକ ଜୟପୁରର ରାଜାଙ୍କ ନିକଟରେ ଗୁମାସ୍ତା ଭାବେ କାର୍ଯ୍ୟ କରୁଥିଲେ। ସେହି ସମୟରେ ଓଡିଶାର କେତେକ ଜିଲାରେ ଇଂରେଜମାନେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଉଦ୍ୟମ କରୁଥିଲେ। ୧୯୪୨ ଭାରତ ଛାଡ ଆନ୍ଦୋଳନରେ ଅନେକ ଯୁବପିଢୀଙ୍କୁ ଏକତ୍ର କରି ଇଂରେଜ ଶାସନରୁ ନିଜ ମାତୃଭୂମିକୁ ରକ୍ଷା କରିବା ଲକ୍ଷ୍ମଣ ନାୟକ ନେତୃତ୍ୱ ନେଇଥିଲେ।

୧୯୪୨ ମସିହାରେ କୋରାପୁଟ ଜିଲା ମାଥିଲି ଥାନା ସମ୍ମୁଖରେ ନିଆଁ ଜଳାଇ ଇଂରେଜମାନଙ୍କୁ ପ୍ରତିବାଦ କରିଥିଲେ। ଏଥିରେ ଥାନାରେ ଥିବା ଅନେକ ଦରକାରୀ କାଗଜପତ୍ର ପୋଡିବା ସହ ୪୦ରୁ ଅଧିକ ଇଂରେଜଙ୍କ  ମୃତ୍ୟୁ ହେବା ସହ ୨୦୦ଜଣ ଆହତ ମଧ୍ୟ ହୋଇଥିଲେ। ଏଥିପାଇଁ ଲକ୍ଷ୍ମଣ ନାୟକଙ୍କୁ ଗିରଫ କରାଯାଇ ବ୍ରହ୍ମପୁର ଜେଲରେ ରଖାଯାଇଥିଲା। ୨୯ ମାର୍ଚ୍ଚ ୧୯୪୩ ମସିହାରେ ଲକ୍ଷ୍ମଣ ନାୟକଙ୍କୁ ଇଂରେଜମାନେ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ।

Leave A Reply