ଆଦିବାସୀଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ବୈଠକ

0

ବ୍ରହ୍ମପୁର : ଆଦିବାସୀଙ୍କ ଜୀବନ ଜୀବିକା ଓ ପରିବେଶ କୁ ଧ୍ବଂସ କରି ସେମାନଙ୍କ ଜମି, ଜଳ, ଜଙ୍ଗଲ ଓ କାଜୁଫସଲକୁ ଲୁଟି ରୀତିମତ ବରବାଦ କରିବା ପାଇଁ ସରକାର, ଜମି ମାଫିଆ ଓ କାଜୁମାଫିଆଙ୍କ ହୀନ ପ୍ରୟାସ ବିରୁଦ୍ଧରେ ଲଢେଇକୁ ତୀବ୍ର ତର କରି ଆଦିବାସୀ ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ରୀୟ ସଭାପତି ତ୍ରିନାଥ ମଳିକଙ୍କ ସଭାପତିତ୍ବରେ ସମସ୍ତ ଅଞ୍ଚଳର ସଭାପତିମାନେ ଜଗନ୍ନାଥପ୍ରସାଦ ବ୍ଳକର ଡିମିରିପଲ୍ଲି ଆଦିବାସୀ ଗ୍ରାମରେ ସମବେତ ହୋଇ ବହୁ ଗୁରୁତ୍ୱ ପୂର୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆତଙ୍କ ସୃଷ୍ଟି କାରୀ ତଥା ଜମିମାଫିଆ ହାପାନୀକୁ ଗଞ୍ଜାମ ମାଟିରୁ ହଟେଇବା ପାଇଁ ସଂକଳ୍ପ ନେଇଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଆଦି ମୌଳିକ ସେବା ପାଇବା ପାଇଁ ପ୍ରଶାସନ ପାଖରେ ନିୟମିତ ଦାବୀ ଉପସ୍ତାପନ କରିବାକୁ ହେବ । ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ସମସ୍ତ ସୁବିଧା ସୁଯୋଗ ହାତେଇବା ପାଇଁ ଐକ୍ୟବଦ୍ଧ ହୋଇ ସଂଘର୍ଷ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ସମସ୍ତ ବକ୍ତା ମତବ୍ୟକ୍ତ କରିଥିଲେ । ଏହି ସଭାକୁ ସଫଳ କରିବା ପାଇଁ ଋଷିକୂଲ୍ୟା ରୟତ ମହାସଭା ସିମାଞ୍ଚଳ ପ୍ରଧାନ, ସିପିଆଇ(ଏମ୍-ଏଲ୍) ରେଡଷ୍ଟାର ଜିଲ୍ଲା ସଂପାଦକ ଶଙ୍କର ସାହୁ, କିସାନ ମଜଦୁର ସଭାର ପ୍ରତାପ ନାୟକ, ରଘୁନାଥ ନାୟକ, ଆଦିବାସୀ ଭାରତ ମହାସଭା ର ଟୁନା ମଲ୍ଲିକ, ପୂର୍ଣ ଚନ୍ଦ୍ର ପ୍ରଧାନ, ବଳଭଦ୍ର ମଲ୍ଲିକ, ଚୈତନ୍ୟ ପ୍ରଧାନ, ପୀତବାସ ଜାନି, ଦାନୁ ମଲ୍ଲିକ, ଦିବାକର ମଲ୍ଲିକ, ଚକ୍ରପାଣି ଜାନି ଆଦି ଯୋଗ ଦେଇଛନ୍ତି ।

Leave A Reply