୪ ଦିନିଆ ଚୀନ୍‍ ଗସ୍ତରେ ସୁଷମା

0

ନୂଆଦିଲ୍ଲୀ : ଏପ୍ରିଲ ୨୪ରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଙ୍ଘାଇ ସହଯୋଗିତା ସଂସ୍ଥା (ଏସ୍‍ସିଓ) ସମ୍ମିଳନୀରେ ଯୋଗଦେବା ନିମନ୍ତେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଶନିବାର ସକାଳେ ଚୀନ୍‍ ଗସ୍ତରେ ଯାଇଛନ୍ତି। ରବିବାର ଚୀନ୍‍ ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ସେ ଭେଟିବେ। ଚୀନ୍‍ରେ ୪ ଦିନ ରହଣି ପରେ ସେ ମଙ୍ଗୋଲିଆ ଅଭିମୁଖେ ଯାତ୍ରା କରିବେ। ବିଗତ ଦିନରେ ଭାରତ- ଚୀନ୍‍ ସମ୍ପର୍କରେ ବହୁ ଉତ୍‍ଥାନ-ପତନ ଦେଖାଦେଇଥିବା ବେଳେ ସୁଷମାଙ୍କ ଚୀନ୍‍ ଗସ୍ତ ଉଭୟ ରାଷ୍ଟ୍ର ମଧ୍ୟରେ ରାଜନୈତିକ ଆସ୍ଥା ଦୃଢୀଭୂତ କରିବ ବୋଲି ବୁଧବାର ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ହୁଆ ଚୁନିଂ କହିଥିଲେ। ୨୦୧୭ରେ ଡୋକ୍‍ଲାମଠାରେ ଉଭୟ ଦେଶର ସେନା ମୁହାଁମୁହିଁ ହେବା ଘଟଣା ପରେ ଦ୍ୱିପାକ୍ଷିକ ସମ୍ପର୍କରେ ଦେଖାଦେଇଥିବା ତିକ୍ତତା ଦୂର କରିବାକୁ ସୁଷମା ଏବଂ ୟିଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଉଦ୍ୟମ ହେବ। ଏଥିସହ ବୈଠକରେ ବହୁ ଦ୍ୱିପାକ୍ଷିକ ଏବଂ ଆନ୍ତର୍ଜାତିକ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା ହେବ।

Leave A Reply