ପାକିସ୍ତାନ ଗସ୍ତରେ ଯିବ ଶ୍ରୀଲଙ୍କା କ୍ରିକେଟ୍‌ ଦଳ

0

କଲମ୍ବୋ : ଶ୍ରୀଲଙ୍କା କ୍ରିକେଟ୍ ଦଳ ନିର୍ଦ୍ଧାରିତ ଖେଳସୂଚୀ ଅନୁଯାୟୀ ପାକିସ୍ତାନ ଗସ୍ତରେ ଯିବ ବୋଲି ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ତରଫରୁ ଗୁରୁବାର ସ୍ପଷ୍ଟ କରି ଦିଆଯାଇଛି। ପାକିସ୍ତାନ ଗସ୍ତ ସମୟରେ ଶ୍ରୀଲଙ୍କା କ୍ରିକେଟ୍‌ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି କେତେକ ମହଲରୁ ଆଶଙ୍କା ବ୍ୟକ୍ତ କରାଯାଇଥିଲା। ତେବେ ଶ୍ରୀଲଙ୍କା ଦଳ ପାକିସ୍ତାନ ଗସ୍ତରେ ଯିବ ବୋଲି ଶ୍ରୀଲଙ୍କା କ୍ରିକେଟ୍‌ ଆସୋସିଏସନ୍‌ର ସମ୍ପାଦକ ମୋହନ ଡି ସିଲ୍‌ଭା ଗୁରୁବାର ସୂଚନା ଦେଇଛନ୍ତି। ଶ୍ରୀଲଙ୍କା କ୍ରିକେଟ୍ ଦଳର ପାକିସ୍ତାନ ଗସ୍ତକୁ ଶ୍ରୀଲଙ୍କା ପ୍ରତିରକ୍ଷା ମନ୍ତ୍ରଣାଳୟ ସବୁଜ ସଙ୍କେତ ପ୍ରଦାନ କରିଥିବା ମୋହନ୍ ଗଣମାଧ୍ୟମକୁ କହିଛନ୍ତି।

ଶ୍ରୀଲଙ୍କା ଦଳ ସହ ସେ ଓ ଅନ୍ୟ ପଦାଧିକାରୀମାନେ ପାକିସ୍ତାନ ଗସ୍ତରେ ଯିବେ ବୋଲି ମୋହନ କହିଛନ୍ତି। ଶ୍ରୀଲଙ୍କା କ୍ରିକେଟ୍‌ ଦଳ ପାକିସ୍ତାନ ଗସ୍ତରେ ଗଲେ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି କେତେକ ସୂତ୍ରରୁ ଖବର ମିଳିବା ପରେ ଏ ସଂପର୍କରେ ତଦନ୍ତ କରିବାକୁ ଶ୍ରୀଲଙ୍କା ପ୍ରତିରକ୍ଷା ମନ୍ତ୍ରଣାଳୟକୁ କ୍ରିକେଟ୍‌ ଆସୋସିଏସନ୍‌ ତରଫରୁ ଅନୁରୋଧ କରାଯାଇଥିଲା।

Leave A Reply