ଶ୍ରୀଲଙ୍କା ନୌସନା ଦ୍ୱାରା ତାମିଲନାଡୁର ୭ ମତ୍ସଜୀବୀ ଗିରଫ

ଚେନ୍ନାଇ .- ଶ୍ରୀଲଙ୍କା ନୌସେନା ପକ୍ଷରୁ ତାମିଲନାଡୁର ୭ ଜଣ ମତ୍ସଜୀବୀଙ୍କୁ ଗିରଫ କରାଯାଇଛି । ଏମାନେ ନେଦୁଥିଭୁରୁ ଶ୍ରୀଲଙ୍କା ଉପକୂଳରେ ମାଛ ମାରୁଥିବା ଅଭିଯୋଗ ହୋଇଛି ।

ମାତ୍ର ମତ୍ସଜୀବୀମାନେ ଏହାକୁ ଖଣ୍ଡନ କରିଛନ୍ତି। ସମୁଦ୍ର ମଧ୍ୟରେ ପାଗ ଖରାପ ଥିବାରୁ ଓ ପ୍ରବଳ ଜୋରରେ ପବନ ବହୁଥିବାରୁ ସେମାନେ ଶ୍ରୀଲଙ୍କା ଉପକୂଳକୁ ଚାଲିଯାଇଥିବା କଥା ପ୍ରକାଶ କରିଛନ୍ତି। ଶ୍ରୀଲଙ୍କା ନୌସେନା ପକ୍ଷରୁ ସେମାନଙ୍କୁ ନୌକାକୁ ବି ଜବତ କରାଯାଇଛି ।

Comments are closed.