ପିପିସି କମିଟିରୁ ଇସ୍ତଫା ଦେଲେ ଶ୍ରୀକାନ୍ତ ଜେନା

0

ଭୁବନେଶ୍ୱର: ରବିବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପ୍ରଦେଶ କଂଗ୍ରେସ କମିଟିରୁ ଇସ୍ତଫା ଦେଇଛନ୍ତି । ବିଶୃଙ୍ଖଳା ଆଚରଣ ଅଭିଯୋଗରେ ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ହଟାଇ ଦିଆଯିବା ପରେ ଶ୍ରୀକାନ୍ତ ଜେନା ଆଜି ସବୁ କମିଟିରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ଏଆଇସିସିର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ମଧ୍ୟ ସେ ଅବଗତ କରାଇଛନ୍ତି ବୋଲି ସୂଚନା ମିଳିଛି । ଶ୍ରୀକାନ୍ତ ଜେନା ପ୍ରଦେଶ କଂଗ୍ରେସର କାର୍ୟ୍ୟକାରିଣୀ ଓ ନିର୍ବାଚନ କମିଟିର ସଦସ୍ୟ ଥିଲେ ।

ସୂଚନାଯୋଗ୍ୟ, ଗତ ଗୁରୁବାର ଶ୍ରୀକାନ୍ତଙ୍କୁ ପିସିସି ଇସ୍ତାହାର କମିଟିର ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇ ତାଙ୍କ ସ୍ଥାନରେ ଗଣେଶ୍ୱର ବେହେରାଙ୍କୁ ନିଯୁକ୍ତି ମିଳିଥିଲା । ଦଳ ମଧ୍ୟରେ ରହି ଦଳ ବିରୋଧି କାର୍ଯ୍ୟ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହାସହ କୃଷ୍ଣ ସଗରିଆଙ୍କୁ ମଧ୍ୟ ଶ୍ରୀକାନ୍ତ ଉସୁକାଉ ଥିଲେ ବୋଲି ଦଳରେ ଚର୍ଚ୍ଚା ଜୋର ଧରିଥିଲା ।

Leave A Reply