ଜନ୍ମାଷ୍ଟମୀରେ ଭୋଗ ଲଗାନ୍ତୁ ଶ୍ରୀକୃଷ୍ଣଙ୍କ ପ୍ରିୟ ଲହୁଣୀ ବରା

ଲହୁଣୀ ବରା ରାଜସ୍ଥାନର ଏକ ପ୍ରସିଦ୍ଧ ମିଠା ଖାଦ୍ୟ । ବିଶେଷ କରି ଜନ୍ମାଷ୍ଟମୀ ଭଳି ସ୍ବତସ୍ତ୍ର ଅବସରରେ ଏହାକୁ ପ୍ରସ୍ତୁତ କରି ଶ୍ରୀକୃଷ୍ଣଙ୍କ ନିକଟରେ ଭୋଗ ଲଗାଇ ପାରିବେ ।

ତେବେ ଆସନ୍ତୁ ଜାଣିବା ଏଥିନିମନ୍ତେ ଆବଶ୍ୟକୀୟ ସାମଗ୍ରୀ:-

ଏକ କପ୍ କ୍ଷୀର,
ଏକ ଛୋଟ ଗିନା ସୁଜି,
୩ କପ୍ ଚିନି,
ଦେଢ କପ୍ ପାଣି,
ଏକ ବଡ ଚାମଚ ଗୁଜୁରାତି ଗୁଣ୍ଡ,
ଛାଣିବା ପାଇଁ ତେଲ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କ୍ଷୀର ନେଇ ଧୀମା ଅଞ୍ଚରେ ଫୁଟାନ୍ତୁ । କ୍ଷୀର ଫୁଟି ଆସିଲେ ସେଥି​ରେ ସୁଜି ପକାଇ ଗୋଳାନ୍ତୁ ଯେପରି ସୁଜି ମୁଣ୍ଡା ନ ହେବ । କ୍ଷୀର ଓ ସୁଜିର ଗାଢ ମିଶ୍ରଣକୁ ଏକ ପ୍ଲେଟରେ କଢି ରଖନ୍ତୁ । ଧ୍ୟାନ ରଖନ୍ତୁ ଏହି ମିଶ୍ରଣ ଯେପରି ଟାଣ ବା ଶକ୍ତ ନ ହୁଏ ।

ଏବେ ଏହି ମିଶ୍ରଣରୁ ଛୋଟ ଛୋଟ ବରା ତିଆରି କରନ୍ତୁ ଏବଂ ହାତରେ ଆଲକା ଭାବରେ ଦବାଇ ଇଚ୍ଛାନୁସାରେ ଆକାର ଦିଅନ୍ତୁ । ଏବେ ଧୀମି ଆଞ୍ଚରେ କଢେଇରେ ତେଲ ଗରମ କରନ୍ତୁ ଏବଂ ସେଥିରେ ସୁଜି ବରାକୁ ପକାଇ ସୁନେଲି ରଙ୍ଗ ହେବା ଯାଏଁ ଛାଣନ୍ତୁ ।

ଅନ୍ୟ ଏକ ପାତ୍ରରେ ପାଣି, ଚିନି ଓ ଗୁଜୁରାତି ଗୁଣ୍ଡ ମିଶାଇ ସିରା ପ୍ରସ୍ତୁତ କରନ୍ତୁ । ସେଥିରେ ଛଣା ହୋଇଥିବା ସୁଜି ବରାକୁ ପକାଇ ୫ରୁ୭ ମିନିଟ୍ ଛାଡି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଲହୁଣୀ ବରା ।

Comments are closed.