ସେହି ୨୪ ତାରିଖର କାଳରାତ୍ରୀ; ହଜିଗଲେ ଚାନ୍ଦିନୀ

0

ଫେବୃଆରୀ ମାସର ସେହି କାଳରାତ୍ରୀ, ଯେଉଁ ଦିନ ଦୁନିଆକୁ ରୋଶନ କରିଥିବା ଚାନ୍ଦିନୀ ହଠାତ୍ ହଜି ଯାଇଥିଲେ । କିନ୍ତୁ ଆଜି ବି ତାଙ୍କ ଚମକ ଫିକା ପଡିନି । ଆଜିକୁ ଠିକ୍ ୩୦ ଦିନ ତଳେ ବଲିଉଡର ଚାନ୍ଦିନୀ ଶ୍ରୀଦେବୀ ଚିର ଦିନ ପାଇଁ ଦୁନିଆରୁ ଯାଇଥିଲେ । ତାଙ୍କ ବିୟୋଗ ଖବରରେ ବିଲିଉଡ ଇଣ୍ଡେଷ୍ଟ୍ରି ସ୍ତବ୍ଧ ହୋଇଯାଇଥିଲା । କେହି ଏହି ଖବରକୁ ସତ ମାନିବାକୁ ପ୍ରସ୍ତୁତ ନ ଥିଲେ ।

ତାଙ୍କ ଶେଷ ଯାତ୍ରାରେ ଲକ୍ଷଲକ୍ଷ ଫ୍ୟାନ୍ ସହ ବଳିଉଡର ଖ୍ୟାତିନାମା କଳାକାର ସାମିଲ ହୋଇଥିଲେ । ଶ୍ରୀଦେବୀଙ୍କ ଝିଅ ଜନବୀ ଓ ସାବତ ପୁଅ ଅର୍ଜନ ତାଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିଲେ ଏବଂ ସେ ଦୁନିଆରେ ସବୁଠୁଁ ଅଧିକ ଭଲ ପାଉଥିବା ମଣିଷ ବୋନି କାପୁର ତାଙ୍କ ମୁଖାଗ୍ନି ଦେଇଥିଲେ । ପଞ୍ଚଭୁତରେ ଲିନ ହୋଇ ଯାଇଥିଲେ ବଲିଉଡର ଚାନ୍ଦିନୀ ଶ୍ରୀଦେବୀ । ଆଜି ତାଙ୍କର ଶେଷ ଦିନକୁ ୩୦ ବତି ଯାଇଛି ହେଲେ ଆଜି ବି ନିଜ ଫ୍ୟାନମାନଙ୍କ ମନରେ ଶ୍ରୀଦେବୀ ବଞ୍ଚି ରହିଛନ୍ତି ।

 

Leave A Reply