ପ୍ରଥମଥର ପିତା ହେବାର ଅଭିଜ୍ଞତା କହିଲେ ଶ୍ରେୟାଶ୍

0

ମେଡି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କୁ ହସାଇହସାଇ ବେଦମ୍ କରୁଥିବା ଶ୍ରେୟାଶ୍ ତଲପଡେଙ୍କ ମତରେ ଈଶ୍ବରଙ୍କ ଦରବାରରେ ସମସ୍ତଙ୍କ ପାଇଁ ବିଚାର ହୁଏ। ମେ ୮’ରେ ସରୋଗେସୀ ମାଧ୍ୟମରେ ଶ୍ରେୟାଶ୍ ଓ ତାଙ୍କ ପତ୍ନୀ ଦୀପ୍ତି ଏକ କନ୍ୟା ସନ୍ତାନର ପିତା-ମାତା ହେବାର ସୌଭାଗ୍ୟ ପାଇଛନ୍ତି। ବିବାହର ୧୩ ବର୍ଷ ପରେ ବାପା-ମା’ ହେବାର ଅନୁଭୂତି କ’ଣ, ସେମାନେ ଶବ୍ଦରେ କହିପାରୁନାହାନ୍ତି ବୋଲି କହିଛନ୍ତି ଦୀପ୍ତି। ଦେଢ଼ ମାସର ଝିଅର ନାମ ‘ଆଦ୍ୟା’ ରଖାଯାଇଛି। ଝିଅର ଫଟୋକୁ ପ୍ରଥମକରି ଶ୍ରେୟାଶ୍ ସୋସିଆଲ ସାଇଟ୍‌ରେ ଅପଲୋଡ କରିଛନ୍ତି। ଏକ ସାକ୍ଷାତକାର୍ ଅବସରରେ ଶ୍ରେୟାଶ କହିଛନ୍ତି, ବହୁ ପୂର୍ବରୁ ସେ ଝିଅର ଫଟୋକୁ ନିଜ ପ୍ରଶଂସକଙ୍କୁ ଦେଖାଇବାକୁ ଚାହୁଁଥିଲେ। ହେଲେ ବିରୋଧ ଥିଲା ପତ୍ନୀ ଦୀପ୍ତିଙ୍କର। କାରଣ ଝିଅ ଉପରେ କାହାର ନଜର ନ ଲାଗୁ, ପତ୍ନୀଙ୍କର ଏଇ ଯୁକ୍ତି। ଶ୍ରେୟାଶଙ୍କ ମା’ ବୋହୂର ଏଭଳି ମନ୍ତବ୍ୟରେ ହସିବା ସହ ବୁଝାଇବାକୁ ଚେଷ୍ଟା କରିଥିଲେ।

Leave A Reply