ଶ୍ରାବଣର ଶେଷ ସୋମବାର , ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼

ଭୁବନେଶ୍ୱର : ଆଜି ଶ୍ରାବଣର ଶେଷ ସୋମବାର। ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶୈବପୀଠରେ ହଜାର ହଜାର ଭକ୍ତ ଓ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। କାଉଡ଼ିଆମାନେ ପ୍ରଭୁ ଶିବଶଙ୍କରଙ୍କ ନିକଟରେ ଜଳଲାଗି କରୁଛନ୍ତି। ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଶୈବପୀଠ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ରାଜ୍ୟର ପ୍ରମୁଖ ଶୈବପୀଠ ପୁରୀର ଲୋକନାଥ, ଭୁବନେଶ୍ୱର ଲିଙ୍ଗରାଜ, ଆଠଗଡ଼ର ଧବଳେଶ୍ୱର, ଭଦ୍ରକର ଆରଡ଼ି ଓ ଢେଙ୍କାନାଳର କପିଳାସ ସହ ସମସ୍ତ ଶୈବ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି।

Comments are closed.