ଆର୍ଜେଣ୍ଟିନା ପ୍ରଶିକ୍ଷକ ପଦରୁ ସାମ୍ପପାଓଲିଙ୍କ ଇସ୍ତଫା

0

ବୁଏନ୍‍ସ ଏରିସ୍‍ : ଆର୍ଜେଣ୍ଟିନା ଫୁଟବଲ ଦଳର ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି ଜର୍ଜେ ସାମ୍ପପାଓଲି। ରୁଷିଆରେ ସଦ୍ୟ ସମାପ୍ତ ହୋଇଥିବା ବିଶ୍ୱକପ୍‍ ଫୁଟବଲର ପ୍ରିକ୍ୱାର୍ଟରରେ ହାରିଥିଲା ଆର୍ଜେଣ୍ଟିନା। ବିଶ୍ୱକପ୍‍ରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ସାମ୍ପପାଓଲି ନିଜ ପଦରୁ ଇସ୍ତଫା ଦେଇଥିବା ଆର୍ଜେଣ୍ଟିନା ପୁଟବଲ ଆସୋସିଏସନ୍‍ ତରଫରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି। ସାମ୍ପପାଓଲିଙ୍କ ସହ ଅନ୍ୟ ସହକାରୀ ପ୍ରଶିକ୍ଷକମାନେ ମଧ୍ୟ ସେମାନଙ୍କ ପଦତ୍ୟାଗ କରିଥିବା ଜଣାପଡ଼ିଛି। ୫୮ ବର୍ଷୀୟ ସାମ୍ପଲି ଗତବର୍ଷ ଆର୍ଜେଣ୍ଟିନା ଦଳର ପ୍ରଶିକ୍ଷକ ଦାୟିତ୍ୱ ଗ୍ରହଣ କରିଥିଲେ। ଗତ ୪ବର୍ଷରେ ଆର୍ଜେଣ୍ଟିନା ୪ଜଣ ପ୍ରଶିକ୍ଷକଙ୍କୁ ବଦଳାଇ ସାରିଲାଣି। ସାମ୍ପପାଓଲି ଇସ୍ତଫା ଦେଇଥିବା ପରିପ୍ରେକ୍ଷୀରେ ପରବର୍ତ୍ତୀ ପ୍ରଶିକ୍ଷକ କିଏ ହେବ ସେ ନେଇ ଚର୍ଚ୍ଚା ଜୋର୍‍ ଧରିଛି। ପରବର୍ତ୍ତୀ ପ୍ରଶିକ୍ଷକ ଦୌଡ଼ରେ ଟୋଟେନ୍‍ହାମ୍‍ ହଟ୍‍ସପୁର ପ୍ରଶିକ୍ଷକ ମାଉରିସିଓ ପୋଚେଟିନୋ, ଆଥଲେଟିକୋ ମାଦ୍ରିଦ୍‍ର ଡିଏଗୋ, ସିମ୍‍ଇଓନେ, ରିଭରପ୍ଲେଟ୍‍ର ମାର୍ସେଲୋ ଗାଲାର୍ଡୋ ପ୍ରମୁଖ ରହିଛନ୍ତି। ଏମାନଙ୍କ ବ୍ୟତୀତ ଆର୍ଜେଣ୍ଟିନାର ଜୋସ୍‍ ପେକେରମ୍ୟାନ୍‍ ଓ ରିକାର୍ଡୋ ଗ୍ରେସା ମଧ୍ୟ ରହିଥିବା ଜଣାପଡ଼ିଛି।

Leave A Reply