୭ ସ୍ୱର୍ଣ୍ଣ ସହ ଭାରତ ଶୀର୍ଷରେ

0

ନୂଆଦିଲ୍ଲୀ : ସର୍ବିୟାରେ ଚାଲିଥିବା ୩୬ତମ ଗୋଲଡେନ ଗ୍ଲୋବ୍‍ ବକ୍ସିଂ ପ୍ରତିଯୋଗିତାରେ ଭାରତକୁ ୭ଟି ସ୍ୱର୍ଣ୍ଣପଦକ ମିଳିଛି। ସାତଜଣ ସ୍ୱର୍ଣ୍ଣ ବିଜେତାଙ୍କ ମଧ୍ୟରେ ଚାରିଜଣ ପୁରୁଷ ଓ ୩ ମହିଳା ବକ୍ସର ରହିଛନ୍ତି। ଏମାନେ ହେଲେ ଅମନ (୯୧ କିଗ୍ରା), ଆକାଶ କୁମାର (୫୬ କିଗ୍ରା), ଏସ.ବରୁଣ ସିଂହ (୪୯ କିଗ୍ରା), ବିଜୟଦୀପ (୬୯ କିଗ୍ରା), ନୀତୁ (୪୮ କିଗ୍ରା), ଦିବ୍ୟା ପୱାର (୫୪ କିଗ୍ରା) ଓ ଲଳିତା (୬୯ କିଗ୍ରା)। ଏହାବ୍ୟତୀତ ଭାରତ ୬ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜପଦକ ସମେତ ମୋଟ ୧୭ଟି ପଦକ ପାଇ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିଛି। ଭାରତ ପଛକୁ କାଜାଖସ୍ତାନ ୭ଟି ପଦକ (୫ ସ୍ୱର୍ଣ୍ଣ) ସହ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବାବେଳେ ରୁଷିଆ ୧୧ଟି ପଦକ (୩ ସ୍ୱର୍ଣ୍ଣ) ତୃତୀୟ ସ୍ଥାନ ଅଧିକାର କରିଛି।

Leave A Reply