ପୂଜାରେ ନଡ଼ିଆ ଖରାପ ବାହାରିବା ହୋଇଥାଏ ଶୁଭପ୍ରଦ

0

ସାଧାରଣତଃ ଆମ ସହ ବହୁତ ଥର ଏପରି ହୋଇଥାଏ ଯେ, ପୂଜାରେ ଆମେ ଚଢାଉଥିବା ବା ପିଟୁଥିବା ନଡ଼ିଆ ଖରାପ ବାହାରିଥାଏ। ଏପରି ହେବା ଦ୍ୱାରା ଆପଣଙ୍କୁ ନଡ଼ିଆ କିଣିଥିବା ଦୋକାନୀ ଉପରେ ରାଗ ଆସିବା ସହ ଏହା ଅଶୁଭ ବୋଲି ମନକୁ ବିଭିନ୍ନ ଭାବନା ଆସିଥାଏ। ହେଲେ କ’ଣ ଆପଣ ଜାଣନ୍ତି ଯେ, ଏପରି ଭାବିବା ଭୁଲ୍‍। ପୂଜାରେ ବ୍ୟବହୃତ ହୋଇଥିବା ନଡ଼ିଆ ଯଦି ଖରାପ ବାହାରେ ତେବେ ତାହା ଖୁବ୍‍ ଶୁଭ ସଙ୍କେତ ହୋଇଥାଏ। ଚାଲନ୍ତୁ ଜାଣିବା ପୂଜାରେ ନଡ଼ିଆ ଖରାପ ବାହାରିବାକୁ କାହିଁକି ଶୁଭପ୍ରଦ କୁହାଯାଏ –

image courtesy-onlymyhealth.com

ନଡ଼ିଆକୁ ମା’ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ। ତାଙ୍କ ପୂଜାରେ ନଡ଼ିଆ ଅପରିହାର୍ଯ୍ୟ ହୋଇଥାଏ। ଏଥିସହିତ ପ୍ରାୟ ସବୁ ଦେବତାଙ୍କ ପୂଜାରେ ନଡ଼ିଆ ନିଶ୍ଚିତ ରୂପେ ଆବଶ୍ୟକ ହୋଇଥାଏ। ଏପରି ବିଶ୍ୱାସ ରହିଛି ଯେ, ନଡ଼ିଆ ପିଟିବା ସମୟରେ ଯଦି ତାହା ଖରାପ ବାହାରେ, ଏହାର ଅର୍ଥ ଭଗବାନ ପ୍ରସାଦ ଗ୍ରହଣ କରିନେଲେ, ସେଥିପାଇଁ ତାହା ଭିତରୁ ପୁରା ଶୁଖି ଯାଇଥାଏ ବା ଖରାପ ହୋଇଯାଇଥାଏ। କେବଳ ଏତିକି ନୁହେଁ, ଏହା ମଧ୍ୟ ମନସ୍କାମନା ପୂରଣ ହେବାର ସଙ୍କେତ ହୋଇଥାଏ। ସେହିପରି ନଡ଼ିଆ ପିଡ଼ିବା ପରେ ଯଦି ତାହା ଭଲ ବାହାରେ ତେବେ ତାକୁ ସମସ୍ତଙ୍କ ମଧ୍ୟରେ ବାଣ୍ଟିଦେବା ଉଚିତ। ଏପରି କରିବା ଶୁଭପ୍ରଦ ହୋଇଥାଏ।

Leave A Reply