ଦିଲ୍ଲୀରୁ ଧରା ହେଲା ସ୍ପାଇଡରମ୍ୟାନ ଚୋର

0

ନୂଆଦିଲ୍ଲୀ ..- ଦିଲ୍ଲୀରୁ ସ୍ପାଇଡରମ୍ୟାନ ଚୋରକୁ ଧରିବାରେ ପୁଲିସ ସଫଳ ହୋଇଛି । ଏହି ଚୋର ଉଚ୍ଚା ପାଚେରୀ ସହ ବହୁ ମହଲା ବିଶିଷ୍ଟ କୋଠାଘରେ ଅତି ସହଜରେ ଚଢିଯିବା ସହ ଚୋରି କରୁଥିଲା । ଏହି ସ୍ପାଇଡରମ୍ୟାନ ଚୋରର ବୟସ ୨୩ ବର୍ଷ । ମଙ୍ଗଳବାରରେ ଧରା ପଡିଥିବା ଏହି ଚୋରନାମରେ ୬ ମାମଲା ରୁଜୁ ହୋଇଛି ।

ଚୋରି କରିବା ସମୟରେ ଏହି ଚୋର ସାଧାରଣତଃ ନାଲି ରଙ୍ଗର ସାର୍ଟ କିମ୍ବା ଗଞ୍ଜି ପିନ୍ଧୁଥିଲା । ଘରର ପ୍ରଥମ କିମ୍ବା ଦ୍ୱିତୀୟ ମହଲାକୁ ଚଢି ଯିବା ପରେ ବାଲକୋନୀରୁ ଘରକୁ ଦେଖୁଥିଲା କେହି ନଥିଲେ କବାଟକୁ ଭାଙ୍ଗି ସେ ଚୋରି କରୁଥିଲା । ସାଧାରଣତଃ ବର୍ଷା ପାଣି ନିଷ୍କାସନ ପାଇଁ ଲାଗିଥିବା ନଳ ଯୋଗେ ଚୋର ଉପରକୁ ଚଢୁଥିଲା । ଅଧିକାଂଶ ସମୟରେ ସେ ଭୋର ସମୟରେ ଚୋରି କରୁଥିଲା ।

Leave A Reply