ବିରୋଧୀ ଦଳ ନେତାଙ୍କୁ କ୍ଷମା ମାଗିଲେ ବାଚସ୍ପତି

ଭୁବନେଶ୍ଵର: ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ସୁରୁଖୁରୁରେ ଚାଲିଛି। ପ୍ରଶ୍ନକାଳରେ ପିଇବା ପାଣି ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ତେବେ ଏହି ଅବସରରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିରୋଧୀ ଦଳ ନେତାଙ୍କୁ କ୍ଷମା ମାଗିଥିଲେ। ସୋମବାର ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ଦେଇ ନ ଥିବାରୁ ଏଥିପାଇଁ ସେ ଦୁଃଖୀତ ବୋଲି ବାଚସ୍ପତି କହିବା ସହିତ କ୍ଷମା ମାଗିଥିଲେ। ସୋମବାର ଅପରାହ୍ନରେ ବିରୋଧୀ ଦଳ ନେତା କିଛି କହିବାକୁ ଚାହୁଁଥିଲେ। ସ୍ମିତାରାଣୀ ପ୍ରସଙ୍ଗରେ ସେ କିଛି କହିବା କ୍ଷଣି ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏ ନେଇ ବିରୋଧୀ ଦଳ ନେତା କ୍ଷୁବ୍ଧ ହେବା ସହିତ ଗୃହ ଚଳାଇ ଦେବେନାହିଁ ବୋଲି ଚେତାବନୀ ଦେଇଥିଲେ। ସୋମବାରର ଘଟଣାକୁ ନେଇ ଆଜି ବାଚସ୍ପତି ଗୃହରେ ଦୁଃଖ ପ୍ରକାଶ କରିଥିଲେ। ବିରୋଧୀ ଦଳ ନେତାଙ୍କ କଥାକୁ ଠିକ୍‌ ଭାବେ ବୁଝି ପାରି ନ ଥିଲି ବୋଲି ବାଚସ୍ପତି କହିବା ସହିତ ଭୁଲ ହୋଇଯାଇଛି, ସେଥିପାଇଁ ସରି ବୋଲି କହିଥିଲେ।

Comments are closed.