ଦୁଇ କୋରିଆ ରାଷ୍ଟ୍ରମୁଖ୍ୟଙ୍କ ଅପ୍ରତ୍ୟାଶିତ ସାକ୍ଷାତ

0

ସିଓଲ୍‍: ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‍ ଜାଇ ଇନ୍‍ ଉତ୍ତର କୋରିଆର ରାଷ୍ଟ୍ରମୁଖ୍ୟ କିମ୍‍ ଜୋଙ୍ଗ ଉନ୍‍ଙ୍କୁ ଆଜି ସାକ୍ଷାତ କରିଛନ୍ତି। ପୂର୍ବରୁ ଏଥିପାଇଁ କୌଣସି କାର୍ଯ୍ୟକ୍ରମ ସି୍ଥରୀକୃତ ହୋଇ ନଥିବାରୁ ଏହି ଅପ୍ରତ୍ୟାଶିତ ସାକ୍ଷାତକାରକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ଆମେରିକା – ଉତ୍ତର କୋରିଆ ମଧ୍ୟରେ ଏବେ ମଧ୍ୟ ଆଲୋଚନାର ଅବକାଶ ରହିଥିବା ଆମେରିକା ରାଷ୍ଟ୍ରପତି ଡୋନାଲଡ୍‍ ଟ୍ରମ୍ପ ଦେଇଥିବା ମତ ପରିପ୍ରେକ୍ଷୀରେ ଏହି ଦୁଇ କୋରିଆ ନେତା ପରସ୍ପରକୁ ଭେଟିଥିବା ଆଲୋଚନା ହେଉଛି। ସୂଚନାଯୋଗ୍ୟ, ଜୁନ୍‍ ୧୨ ତାରିଖରେ ଡୋନାଲ୍‍ଡ ଟ୍ରମ୍ପ ଓ କିମ୍‍ଙ୍କ ମଧ୍ୟରେ ସିଙ୍ଗାପୁରରେ ସାକ୍ଷାତ ଆଲୋଚନା ହେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଆଣବିକ ନିରସ୍ତ୍ରୀକରଣ ପାଇଁ ମାତ୍ରାଧିକ ଚାପ ପ୍ରୟୋଗ କରାଯାଉଥିବା ଅଭିଯୋଗ ଆଣି ଉତ୍ତର କୋରିଆ ବୈଠକକୁ ବାତିଲ୍‍ କରିବାକୁ ଚେତାବନୀ ଦେବା ପରେ ଆମେରିକା ପକ୍ଷରୁ ବୈଠକ ବାତିଲ୍‍ ଘୋଷଣା କରାଯାଇଥିଲା।
ଆଜିର ଦୁଇ କୋରିଆ ନେତାଙ୍କ ମଧ୍ୟରେ ଆଲୋଚନା ପରେ ଦକ୍ଷିଣ କୋରିଆ ପକ୍ଷରୁ କୁହାଯାଇଛି ଯେ ଉତ୍ତର କୋରିଆ-ଆମେରିକା ବୈଠକକୁ ସଫଳ କରିବା ଓ ଦୁଇ କୋରିଆ ମଧ୍ୟରେ ହୋଇଥିବା ଯୁଦ୍ଧ ସମାପ୍ତି ଘୋଷଣାନାମାକୁ କାର୍ଯ୍ୟକାରୀ କରିବା ଉପରେ ବୈଅଠକରେ ଆଲୋଚନା ହୋଇଥିଲା।

Leave A Reply