ପାଇପଲାଇନରେ ନେପାଳ ଯିବ ପେଟ୍ରୋଲିୟମ ଉତ୍ପାଦ; ଦକ୍ଷିଣ ଏସିଆର ପ୍ରଥମ ସୀମା ପାର ପ୍ରକଳ୍ପ ଉଦ୍‌ଘାଟନ କଲେ ମୋଦୀ

0

ନୂଆଦିଲ୍ଲୀ: ଏଣିକି ଭାରତରୁ ନେପାଳକୁ ପାଇପଲାଇନ ଜରିଆରେ ପେଟ୍ରୋଲିୟମ ଉତ୍ପାଦ ପଠାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ମୋତିହାରୀ-ଅମଲେଖଗଞ୍ଜ(ନେପାଳ) ପେଟ୍ରୋଲିୟମ ଉତ୍ପାଦ ପାଇପଲାଇନର ଉଦଘାଟନ କରିବା ପରେ ଏହି ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଏହା ଦକ୍ଷିଣ ଏସିଆର ପ୍ରଥମ ସୀମାପାର ପେଟ୍ରୋଲିୟମ ଉତ୍ପାଦ ଯୋଗାଣ ପାଇପଲାଇନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଏହି ପାଇପଲାଇନର ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ମୋଦୀ କହିଛନ୍ତି, ଏହି ପ୍ରକଳ୍ପ ଦକ୍ଷିଣ ଏସିଆର ପ୍ରଥମ ସୀମା ପାର ପ୍ରକଳ୍ପ। ରେକର୍ଡ ସମୟ ମଧ୍ୟରେ ଏହାର ନିର୍ମାଣ କରାଯାଇଛି। ଏହାର ଶ୍ରେୟ ନେପାଳ ସରକାରଙ୍କ ସହଯୋଗ ଏବଂ ଆମର ମିଳିତ ପ୍ରୟାସକୁ ଦିଆଯାଉଛି। ମୋଦୀ ଆହୁରି କହିଥିଲେ, ୨୦୧୫ରେ ଭୂମିକମ୍ପ ପରେ ଯେତେବେଳେ ନେପାଳ ପୁନଃନିର୍ମାଣ ପ୍ରସଙ୍ଗ ଉଠାଇଲା, ସେତେବେଳେ ଭାରତ ପଡ଼ୋଶୀ ଏବଂ ନିକଟତମ ମିତ୍ର ରାଷ୍ଟ୍ର ହିସାବରେ ନେପାଳକୁ ନିଜର ସହାୟତାର ହାତ ବଢ଼ାଇଥିଲା। ଦୁଇଦେଶର ପାରସ୍ପରିକ ସହଯୋଗ ବଳରେ ନେପାଳର ଗୋରଖା ଏବଂ ନୁୱାକୋଟ ଜିଲାରେ ଲୋକଙ୍କୁ ବାସଗୃହ ସମେତ ଅନେକ ସୁବିଧା ମିଳିଥିବାରୁ ଖୁସି ଅନୁଭବ କରୁଛି।

Leave A Reply