ତ୍ରୟୋଦଶ ଦକ୍ଷିଣ ଏସୀୟ କ୍ରୀଡ଼ା : ୩ ପଦକ ଜିତିଲା ଭାରତ

କାଠମାଣ୍ଡୁ : ତ୍ରୟୋଦଶ ଦକ୍ଷିଣ ଏସୀୟ କ୍ରୀଡ଼ାରେ ଭାରତ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛି । ନେପାଳର ପୋଖରାଠାରେ ଟ୍ରାୟାଥଲନ୍‍ ପ୍ରତିଯୋଗୀତାରେ ଭାରତ ଏହି ପଦକଗୁଡ଼ିକ ଲାଭ କରିଛି। ଭାରତର ଆଦର୍ଶ ଏମ୍‍.ଏନ୍‍. ସିନିମୋଲ ବ୍ୟକ୍ତିଗତ ଟ୍ରାୟାଥଲନ୍‍ ପ୍ରତିଯୋଗୀତାରେ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିବା ବେଳେ ବିଶ୍ୱରଜିତ୍‍ ଶ୍ରୀଖୋମ୍‍ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ଥୋଡାମ ସରୋଜିନୀ ଦେବୀ ଓ ମୋହନ ପ୍ରଜ୍ଞା ବ୍ୟକ୍ତିଗତ
ମହିଳା ବର୍ଗରେ ଏକ ରୌପ୍ୟ ଏବଂ ଏକ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି । ଭାରତରୁ ପ୍ରାୟ ୪୮୭ ଜଣ ପ୍ରତିଯୋଗୀ ୧୫ଟି
ପ୍ରତିଯୋଗୀତାରେ ଅଂଶଗ୍ରହଣ କରୁଛନ୍ତି।

Comments are closed.