ପୁଣି ଥରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ, ୧୨୯ ରନରେ ହରାଇଲାଣି ୬ ୱିକେଟ

ରାଞ୍ଚି: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପୁଣି ଥରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଭାରତର ୪୯୭ ରନ ଜବାବରେ ଦକ୍ଷିଣ ଆଫ୍ରିକା ୩ଦିନର ମଧ୍ୟାହ୍ନଭୋଜନ ବିରତି ସୁଦ୍ଧା ୬ୱିକେଟ ହରାଇ ୧୨୯ ରନ୍‌ ସଂଗ୍ରହ କରିଛି। ବର୍ତ୍ତମାନ ସୁଦ୍ଧାଳ ଦଳ ୩୬୮ ରନ ପଛରେ ରହିଛି। ଦଳ ପକ୍ଷରୁ ଜୁବେର ହାମଜା ସର୍ବାଧିକ ୬୨ ରନ କରିଥିବାବେଳେ ଜର୍ଜ ଲିଣ୍ଡେ ଏବଂ ଡେନ ପିଡିଟ୍‌ ଯଥାକ୍ରମେ ୧୦ ଓ ୪ ରନ ଲେଖାଏ କରି ଅପରାଜିତ ରହିଛନ୍ତି। ଭାରତ ପକ୍ଷରୁ ଉମେଶ ଯାଦବ ଏବଂ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏ ୱିକେଟ ନେଇଥିବାବେଳେ ଶାହବାଜ ନଦୀମ ଏବଂ ମହମ୍ମଦ ସାମି ଗୋଟିଏ ଲେଖାଏ ୱିକେଟ ଅକ୍ତିଆର କରିଛନ୍ତି।

Comments are closed.