ଗୋଲାପି ବଲ ଟେଷ୍ଟ ମୋତେ ବିଶ୍ବକପ ଫାଇନାଲ ଭଳି ଲାଗିଲା : ଗାଙ୍ଗୁଲି

ନୂଆଦିଲ୍ଲୀ : କୋଲକାତାର ଇଡେନଗାର୍ଡେନ ଗ୍ରାଉଣ୍ଡରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ ମୋତେ ବିଶ୍ବକପ ଫାଇନାଲ ଭଳି ଅନୁଭବ ହୋଇଥିଲା। ଏଭଳି କହିଛନ୍ତି ଭାରତର ପୂର୍ବତନ କ୍ରିକେଟର ତଥା ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି। ସେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ, ମୋତେ ଏହି ଗୋଲାପି ବଲ ଟେଷ୍ଟ ମ୍ୟାଚ ବିଶ୍ବକପ ଫାଇନାଲ ମ୍ୟାଚ ଭଳି ଅନୁଭବ ହେଉଛି। ଏହି ଟେଷ୍ଟ ମ୍ୟାଚରେ ଯେତିକି ସଂଖ୍ୟାକ ଦର୍ଶକ ଉପସ୍ଥିତ ରହିଛନ୍ତି। ତାହା ମୁଁ ଶେଷ ଥର ପାଇଁ କେବେ ଦେଖିଥିଲି ମୋର ମନେହେଉନାହିଁ ‌ବୋଲି ଗାଙ୍ଗୁଲି କହିଥିଲେ। ଏହି ମ୍ୟାଚର ଆୟୋଜନ ପାଇଁ ସୌରଖ ଖୁବ ପରିଶ୍ରମ କରିଥିଲେ।
ଉଲ୍ଲେଖ ଯୋଗ୍ୟ, ଇଡେନଗାର୍ଡେନରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ ଏକ ଐତିହାସିକ ମ୍ୟାଚ୍ ଥିଲା। କାରଣ ଏହା ଦିବାରାତ୍ର ଚାଲିଥିଲା ଓ ଏଥିରେ ଗୋଲାପି ବଲ ବ୍ୟବହାର କରାଯାଇଥିଲା। ଏହି ମ୍ୟାଚକୁ ଭାରତ ଏକତରଫା ଭାବେ ଜିତିବା ସହ ଟେଷ୍ଟ ସିରିଜକୁ ମଧ୍ୟ ହାତେଇଥିଲା। ଘାତକ ବୋଲିଂ ପାଇଁ ଇଶାନ୍ତ ଶର୍ମାଙ୍କୁ ଉଭୟ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ବିବେଚିତ କରାଯାଇଥିଲା।

Comments are closed.