ଆତ୍ମା କ’ଣ ? ଏହା ଭଲ ନା ଖରାପ !

0

ଆତ୍ମା ବିଷୟରେ ଭଗବତ୍ ଗୀତାରେ ପୌରାଣିକ ତଥ୍ୟ ଉଲ୍ଲେଖ ରହିଛି। କୁହାଯାଏ ଆତ୍ମା ଅବିନାଶୀ ବା ଅକ୍ଷୟ ଅଟେ । ଏହା ଉପରେ କୌଣସି ପ୍ରକାର ପ୍ରଭାବ ପଡି ନଥାଏ। ସ୍ବାଭାବିକ ଭାବରେ ଇଶ୍ବରଙ୍କ ଠାରେ ବିଲୀନ ହେବା ଆତ୍ମାର ଗୁଣ। ଯେଉଁ ପର୍ଯ୍ୟନ୍ତ ଆତ୍ମା ଇଶ୍ବରଙ୍କ ନିକଟରେ ନ ପହଞ୍ଚିଥାଏ, ସେହି ପର୍ଯ୍ୟନ୍ତ ଆତ୍ମା ଶରୀର ପରିବର୍ତ୍ତନ କରି ଚାଲିଥାଏ।

ଆତ୍ମାକୁ ଦେଖିବା ସମ୍ଭବ ନୁହେଁ। ଏଥିପାଇଁ ଇଶ୍ବରଙ୍କ କୃପା ଓ ସୂକ୍ଷ୍ମ ଦୃଷ୍ଟିର ଆବଶ୍ୟକତା ରହିଛି। ଆତ୍ମାରେ ପଞ୍ଚତତ୍ବ ବା ପୃଥ୍ବୀତତ୍ବ ନଥାଏ । ଏହା ବାୟୁ ଭଳି ଗତିଶୀଳ ଅଟେ । ସାଧାରଣତଃ ଆତ୍ମାର ଅନୁଭବ ସୁଗନ୍ଧ ବା ଗନ୍ଧ ଭଳି ହୋଇଥାଏ ।

ଆତ୍ମା ଭଲ ବା ଖରପ ହୋଇ ନଥାଏ। ଏହା ସହ ଜଡିତ ଥିବା ସଂସ୍କାର ବା ମନ ଖରାପ ବା ଭଲ ହୋଇଥାଏ। ଖପର ସଂସ୍କାର ଥିବା ଆତ୍ମାର ଖରାପ ଉପାୟରେ ପ୍ରୟୋଗ କରାଯାଇଥାଏ । ତାନ୍ତ୍ରିକମାନେ ଏହାକୁ ପ୍ରୟୋଗ କରି ଅନ୍ୟର ଅନିଷ୍ଟ କରିଥାଆନ୍ତି।

ଯଦି ଆପଣଙ୍କ କ୍ଷେତ୍ରରେ କୁସଂସ୍କାର ଥିବା ଆତ୍ମାର ପ୍ରଭାବ ରହିଥାଏ, ତେବେ ଭଗବାନ ଶିବ ଓ ଶ୍ରୀକୃଷ୍ଣଙ୍କ ଶରଣ ପଶନ୍ତୁ । ଅଧିକ ସମୟ ଭଜନ ଓ କର୍ତ୍ତିନରେ ବ୍ୟସ୍ତ ରୁହନ୍ତୁ । ନିଜ ସଂସ୍କାର ଓ ବ୍ୟବହାରରେ ଶୁଦ୍ଧତା ଆଣିବାକୁ ଚେଷ୍ଟା କରନ୍ତୁ । ନିଜ କର୍ମରେ ଉନ୍ନତି ଆଣନ୍ତୁ।

 

Leave A Reply