କାର୍ତ୍ତିକ ପୂର୍ଣ୍ଣିମାରେ ଜନସାଧାରଣଙ୍କୁ ସୋରଡା ପୁଲିସର ପ୍ରସାଦ ବଣ୍ଟନ

0

ସୋରଡା : ଗଞ୍ଜାମ ଜିଲ୍ଲା ସୋରଡା ଥାନାର ନିଆରା ପ୍ରୟାସ। ଆମ ପୁଲିସ ସମିତି ତରଫରୁ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଜନସାଧରଣଙ୍କୁ ମାଗଣା ପ୍ରସାଦ ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ବହୁ ପୂରାତନ ଅର୍ଥାତ ସ୍ୱଧୀନତା ପୂର୍ବରୁ ସୋରଡା ଥାନାର ଏହି ପରମ୍ପରା ଚାଲିଆସିଛି। ଗତ କିଛି ବର୍ଷ ହେଲା ଏହା ଧୂମଧାମରେରେ ପାଳନ ହୋଇ ଆସୁଛି। ଦୁଇ ହଜାରରୁ ଉର୍ଦ୍ଧ ଜନସାଧାରଣ ପ୍ରସାଦ ସେବନ କରିଥିଲେ। ଆସିକା ଏସଡିପିଓ ଶ୍ରୀ ସୁବାଷ ଚନ୍ଦ୍ର ପଣ୍ଡା ସୋରଡା ଆଇଆଇସି ଶ୍ରୀ ପ୍ରଭାତ ସାହୁ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ପରିଚାଲନା କରିଥିଲେ।

Leave A Reply