ପାକିସ୍ତାନ ସୀମାରେ ଭାରତୀୟ ଯୁଦ୍ଧବିମାନର ଅଭ୍ୟାସ

0

ନୂଆଦିଲ୍ଲୀ : ବାୟୁସେନା ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ- ଏହା ପ୍ରମାଣ କରିବା ପାଇଁ ଗୁରୁବାର ରାତିରେ ପାକିସ୍ତାନ ସୀମାରେ ଜୋରଦାର୍‌ ଅଭ୍ୟାସ କରାଯାଇଛି। ପଞ୍ଜାବ ଓ ଜାମ୍ମୁ ସୀମା ଆକାଶରେ ବାୟୁସେନାର ପ୍ରାୟ ୧୨ଟି ଯୁଦ୍ଧବିମାନ ତୀବ୍ର ବେଗରେ ପ୍ରବଳ ଶବ୍ଦ ସହ ଯୁଦ୍ଧାଭ୍ୟାସ କରିଥିଲେ। ମଙ୍ଗଳାର ରାତିରେ ପାକିସ୍ତାନ ବାୟୁସେନାର କିଛି ଯୁଦ୍ଧବିମାନ ପାକ୍‌ଅଧିକୃତ କାଶ୍ମୀର ଆକାଶରେ ପଇଁତରା ମାରିବାର ଯବାବ ସ୍ବରୂପ ଭାରତ ଏହି ପ୍ରଦର୍ଶନ କରିଥିବା ପ୍ରକାଶ। ଏହି ଯୁଦ୍ଧାଭ୍ୟାସରେ ଭାରତର ଅତ୍ୟାଧୁନିକ ଯୁଦ୍ଧବିମାନ ସାମିଲ ହୋଇଥିଲା।

Leave A Reply