କ୍ୟାନସ୍‌ର ପାଇଁ ସୋନାଲୀଙ୍କ ନୂଆରୂପ

0

ନ୍ୟୁୟର୍କ : ବଲିଉଡ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ବର୍ତ୍ତମାନ ମେଟାଷ୍ଟାଟିକ କ୍ୟାନସ୍‌ରରେ ପୀଡିତ ଅଛନ୍ତି। ଏହି ରୋଗ ପାଇଁ ସୋନାଲୀ ବର୍ତ୍ତମାନ ନ୍ୟୁୟର୍କରେ ରହି ଚିକିତ୍ସିତ ହେଉଛନ୍ତି। ମଙ୍ଗଳବାର ଦିନ ସୋନାଲୀ ନିଜର ଇଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସୋନାଲୀ ନିଜର କେଶକୁ କାଟି ଛୋଟ କରିଥିବା ଦେଖିବାକୁ ମିଳିଛି। ଚିକିତ୍ସା କରିବାପାଇଁ ସେ କେଶ କାଟିଛନ୍ତି ବୋଲି କହିଛନ୍ତି।
ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ନିଜର ଇଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିବା ସହ, ଏହି ସଂଘର୍ଷରେ କିପରି ଆଗକୁ ବଢିବାକୁ ହେବ ତାଙ୍କର ପ୍ରଶଂସକମାନେ ପ୍ରେରଣା ଦେଇଛନ୍ତି ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ମୋ ପାଇଁ ପ୍ରେରଣାଦାୟୀ ବୋଲି କହିଛନ୍ତି। ସେ ଆହୁରୀ କହିଛନ୍ତି ଏହା ମତେ ସାହସ ପ୍ରଦାନ କରିବ। ପ୍ରତେକ ଦିନ କିଛି ନା କିଛି ଲୋକ ଏହି ରୋଗରେ ସଂଘର୍ଷ କରୁଛନ୍ତି। କିଏ ଜିତୁଛି ତ ଆଉ କିଏ ହାରି ଯାଉଛି। ଶେଷରେ ସେ କହିଛନ୍ତି ସବୁକିଛି ସରିନାହିଁ, ଆଜି ବି ବିଶ୍ୱାସ ରହିଛି। ଆଉ କେବେ ବି ଏହି ବିଶ୍ୱାସ ହାରିବି ନାହିଁ। ସୂଚନା ଯୋଗ୍ୟ ଯେ, କିଛିଦିନ ତଳେ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ କ୍ୟାନ୍ସରରେ ପିଡିତ ଅଛନ୍ତି ବୋଲି ନିଜର ଇଷ୍ଟାଗ୍ରାମରେ ଜଣାଇଥିଲେ।

Leave A Reply