ମୌସୁମୀ ଅଧିବେଶନ : ଓଡ଼ିଆରେ ଶପଥ ନେଲେ ରଘୁନାଥ ମହାପାତ୍ର

0

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ବୁଧବାର ଠାରୁ ଆରମ୍ଭ ହୋଇଛି। ଏହି ଅଧିବେଶନ କାଳରେ ୪୬ଟି ବିଲ୍‍ ଓ ଦୁଇଟି ଅର୍ଥବିଲ୍‍ ସମେତ ୪୮ଟି ବିଲ୍‍ ଉପସ୍ଥାପନ ହେବାର ସମ୍ଭାବନା ରହିଛି । ପଳାତକ ଅର୍ଥନୈତିକ ଅପରାଧ ଅଧ୍ୟାଦେଶ, ଫୌଜଦାରୀ ଆଇନ୍‍ ସଂଶୋଧନ ଅଧ୍ୟାଦେଶ, ବ୍ୟବସାୟୀକ ଅଦାଲତ, ହାଇକୋର୍ଟଗୁଡ଼ିକରେ ବ୍ୟବସାୟୀକ ବିଭାଗ ଓ ବ୍ୟବସାୟୀକ ଆପାଲେଟ୍‍ ଡିଭିଜନ୍‍ ସଂଶୋଧନ ଅଧ୍ୟାଦେଶ, ହୋମିଓପାଥି କେନ୍ଦ୍ରୀୟ ପରିଷଦ ସଂଶୋଧନ ଅଧ୍ୟାଦେଶ, ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ଏବଂ ଦେବାଳିଆ ଓ ଋଣ ଖିଲାଫ ଆଇନ୍‍ ସଂଶୋଧନ ଆଦି ୬ଟି ଅଧ୍ୟାଦେଶ ସଂପର୍କୀତ ବିଲ ଆଗତ କରିବାର ସମ୍ଭାବନା ରହିଛି ।

କେରଳରୁ ରାଜ୍ୟସଭାକୁ ନିର୍ବାଚିତ ତିନିଜଣ ସଦସ୍ୟଙ୍କ ସହିତ ରାଷ୍ଟ୍ରପତିଙ୍କ ଦ୍ବାରା ରାଜ୍ୟସଭାକୁ ମନୋନୀତ ହୋଇଥିବା ଡକ୍ଟର ସୋନାଲ୍‍ ମାନସିଂହ, ରଘୁନାଥ ମହାପାତ୍ର ଏବଂ ରାମ ସକଲ ପ୍ରମୁଖ ଶପଥ ଗ୍ରହଣ କରିଛନ୍ତି । ରଘୁନାଥ ମହାପାତ୍ର ଓଡ଼ିଆରେ ଶପଥପାଠ କରିଥିଲେ।

ସେହିପରି ଲୋକସଭା ଉପନିର୍ବାଚନରେ ବିଜୟ ହାସଲ କରିଥିବା ୪ ଜଣ ସଦସ୍ୟ  ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।

ମୌସୁମୀ ଅଧିବେଶନର ଅବ୍ୟବହିତ ପୂର୍ବରୁ ମଙ୍ଗଳବାର ସରକାର ଓ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ତନାଘନା ଆଲୋଚନା ହୋଇଛି। ସଂସଦର ଉଭୟ ଗୃହରେ କାର୍ଯ୍ୟଧାରା ସୂଚାରୁରୂପେ ଚଳାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜନୈତିକ ଦଳଗୁଡ଼ିକର ସହଯୋଗ ଲୋଡ଼ିଛନ୍ତି।

 

Leave A Reply