ସୋନାକ୍ଷୀଙ୍କୁ ନୋଟିସ୍

0

ମୁମ୍ବଇ : ୩୭ଲକ୍ଷ ଟଙ୍କାର ଠକେଇ ମାମଲାରେ ଫଶିଥିବା ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କୁ ମଙ୍ଗଳବାର ପୁଲିସ ନୋଟିସ୍ ପଠାଇଛି। ସୋନାକ୍ଷୀଙ୍କ ସମେତ ଅନ୍ୟ ୪ଜଣଙ୍କ ନିକଟକୁ ମଧ୍ୟ ଏହି ନୋଟିସ୍ ପଠାଯାଇଛି। ମାମଲାର ତଦନ୍ତ ନହେବାରୁ ଅଭିଯୋଗକାରୀ ଆତ୍ମହତ୍ୟାର ଚେତାବନୀ ଦେଇଥିଲେ। ଏହାପରେ ପୁଲିସ ତଦନ୍ତ ଆଗକୁ ବଢାଇଛି।

ଉଲ୍ଲେଖଯୋଗ୍ୟ, ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସୋନାକ୍ଷୀ ମୁରାଦାବାଦର ଇଣ୍ଡିଆନ୍ ଫ୍ୟାଶନ୍ ଆଣ୍ଡ ବିଉଟି ଆଓ୍ବାର୍ଡସ କମ୍ପାନୀର ମାଲିକ ପ୍ରମୋଦ କୁମାରଙ୍କ ଠାରୁ ଟଙ୍କା ନେଇଥିଲେ। ହେଲେ ସେ ଉକ୍ତ କାର୍ୟ୍ୟକ୍ରମରେ ଯୋଗ ଦେଇ ନଥିଲେ। ତେଣୁ ସୋନାକ୍ଷୀ ତାଙ୍କୁ ଠକିଥିବା କହି ସେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ସୋନାକ୍ଷୀଙ୍କ ସହ ଅନ୍ୟ ୭ ଜଣଙ୍କ ନାମରେ ପ୍ରମୋଦ ୩୭ଲକ୍ଷ ଟଙ୍କାର ଠକେଇ ଅଭିଯୋଗ କରିଥିଲେ।

Leave A Reply