ବାପା ସମ୍ମୁଖରେ ପୁଅକୁ ହତ୍ୟା କଲେ ଦୁର୍ବୃତ୍ତ

କାକଟପୁର: ପୁରୀ ଜିଲାର ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଆଳସାହି ଗାଁରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ବାପା ସମ୍ନାରେ ତାଙ୍କ ପୁଅକୁ କେତେଜଣ ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାବେଳେ ଅଭିଯୁକ୍ତଙ୍କ ଗିରଫ ଦାବିରେ ରାସ୍ତାରୋକୋ କରାଯାଇଛି। ସୂଚନା ଅନୁସାରେ, ଦୁଇ ଗୋଷ୍ଠୀ ମଧ୍ୟରେ ରହିଥିବା ପୂର୍ବ ବିବାଦର ସମାଧାନ ଲାଗି ଆଳସାହି ଗାଁରେ ଆଲୋଚନା ଚାଲିଥିଲା। ଆଲୋଚନା ସମୟରେ ସମାଧାନ ପାଇଁ ଆସିଥିବା ଅପରଗୋଷ୍ଠୀର କେତେଜଣ ଦୁର୍ବୃତ୍ତ ବାପ ଓ ପୁଅଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ପୁଅର ମୃତ୍ୟୁ ଘଟିଥିଲା। ଆକ୍ରମଣରେ ବାପା ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।

Comments are closed.