ସାଧାରଣତନ୍ତ୍ର ଦିବସ : କିଛି ଜଣା ଅଜଣା କଥା!

0

ସାଧାରଣତନ୍ତ୍ର ଦିବସ  ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ବିଶେଷ ଦିନ। ଏହି ଦିନକୁ ଦେଶବାସୀ ବହୁତ ଆନନ୍ଦ ଉତ୍ସାହ ସହକାରେ ପାଳନ କରିଥାଆନ୍ତି। ବର୍ଷ ବର୍ଷ ଧରି ଆମେ ସାଧାରଣତନ୍ତ୍ର ଦିବସ ପାଳନ କରି ଆସୁଛନ୍ତି ସତ ହେଲେ ତଥାପି ଏ ବିଷୟରେ ଏମିତି କିଛି କଥା ଅଛି ଯାହା ଆଜି ମଧ୍ୟ ଅନେକ ଲୋକଙ୍କୁ ଅଜଣା ହୋଇ ରହିଛି। ତେବେ ଚାଲନ୍ତୁ, ଏହି ସାଧାରଣତନ୍ତ୍ର ଦିବସ ଅବସରରେ ଆମେ ଜାଣିବା ସେହି ସବୁ ରୋଚକ କଥା ବିଷୟରେ –

–           ଦେଶର ପ୍ରଥମ ସାଧାରଣତନ୍ତ୍ର ଦିବସ ସ୍ୱାଧୀନତା ପ୍ରାପ୍ତିର ୩ବର୍ଷ ପରେ ଅର୍ଥାତ୍‍ ୨୬ ଜାନୁଆରୀ, ୧୯୫୦ରେ ପାଳନ କରାଯାଇଥିଲା।

–           ଦେଶର ପ୍ରଥମ ସାଧାରଣତନ୍ତ୍ର ଦିବସରେ ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣୋ ପ୍ରଥମଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ କରାଯାଇଥିଲା।

–           ସାଧାରଣତନ୍ତ୍ର ଦିବସର  ପ୍ରଥମ ପ୍ୟାରେଡ଼୍‍ ୧୯୫୫ ମସିହାରେ ରାଜଥରେ କରାଯାଇଥିଲା।

–           ସାଧାରଣତଃ ସାଧାରଣତନ୍ତ୍ର ଦିବସର ଉତ୍ସବ ୨୬ ଜାନୁଆରୀରେ ରାତ୍ରରେ ସମାପ୍ତ ହୋଇଯାଏ, ହେଲେ ଆନୁଷ୍ଠାନିକ ଭାବେ ଏହାର ସମାପ୍ତି ତିନି ଦିନ ପରେ ଅର୍ଥାତ୍‍ ୨୯ ଜାନୁଆରୀରେ ପତାକା ଅବତରଣ ସମାରୋହ ଦ୍ୱାରା ହୋଇଥାଏ। ଏହାର ଆୟୋଜନ ବିଜୟ ଚୌକରେ ଭାରତୀୟ ସେନା, ବାୟୁସେନା ଓ ନୌସେନା ଦ୍ୱାରା କରାଯାଇଥାଏ। ଏହି ସମାରୋହରେ ଖ୍ରୀଷ୍ଟିୟାନ୍‍ ସମ୍ପ୍ରଦାୟର ଏକ ଗୀତ ‘ଏବାଇଡ଼୍‍ ୱିଥ୍‍ ମି’ ବଜା ଯାଇଥାଏ। କୁହାଯାଏ ଯେ ଏହା ମହାତ୍ମା ଗାନ୍ଧିଙ୍କ ପ୍ରିୟ ଗୀତ ଗୁଡ଼ିକ ମଧ୍ୟରୁ ଗୋଟିଏ।

–           ଭାରତୀୟ ସମ୍ବିଧାନ ଦୁନିଆର ସବୁଠାରୁ ବଡ଼ ସମ୍ବିଧାନ। ଏହାକୁ ଗୋଟିଏ ଦିନରେ ପଢିବା ପ୍ରାୟତଃ ଅସମ୍ଭବ।

–           ୧୯୬୫ ମସିହା ସାଧାରଣତନ୍ତ୍ର ଦିବସରେ ହିଁ ହିନ୍ଦୀକୁ ଭାରତର ରାଷ୍ଟ୍ର ଭାଷା ଭାବେ ଚୟନ କରାଯାଇଥିଲା।

ଉପସ୍ଥାପନା – ରାଜେଶ ଚନ୍ଦ୍ର ବେହେରା

Leave A Reply