ସୋମବାର ରାଶିଫଳ

ମେଷ: ବୁଝି-ବିଚାରି କାର୍ଯ୍ୟ କଲେ ସଫଳତା ମିଳିବ। ସେବା-ପୂଜାପ୍ରତି ଆଗ୍ରହୀ ହେବେ। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସରେ ଦିନଟି ଅତିବାହିତ ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ। ବିଦ୍ବାନ୍‌ ଓ ସାହସୀ ହେବେ।
ବୃଷ: ଶୁଭ ଖବର ମିଳିପାରେ। ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଜଳଯାତ୍ରା ଓ ଉଚ୍ଚସ୍ଥାନ ଆରୋହଣ ମନା।
ମିଥୁନ: ମୂଲ୍ୟବାନ୍‌ ଧାତୁ ପଦାର୍ଥ ମିଳିପାରେ। ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବ ଜାଗ୍ରତ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶରେ ଚଳିବାକୁ ପଡ଼ିବ।
କର୍କଟ: ବନ୍ଧୁ ମେଳରେ ଦିନଟି ଅତିବାହିତ କରିପାରନ୍ତି। ମନରେ ଅହଂଭାବ ଜାତ ହୋଇପାରେ। ବଦଖର୍ଚ୍ଚୀ ହୋଇପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି। ଶତ୍ରୁନାଶ କରି ଆଶ୍ବସ୍ତ ହେବେ।
ସିଂହ: ଅର୍ଥ ଚିନ୍ତାରେ ଥିବାବେଳେ ଆକସ୍ମିକ ଧନଲାଭ ହେବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଜୁଆ କିମ୍ବା ଲଟେରୀରୁ ଅର୍ଥ ପ୍ରାପ୍ତ ହୋଇପାରନ୍ତି। ବ୍ୟବସାୟରୁ ପ୍ରଚୁର ଧନ ଲାଭ ହେବ। ସୁଶୀଳ ଓ ଆଜ୍ଞାକାରିଣୀ ପତ୍ନୀଙ୍କ ସହାୟତା ପାଇପାରନ୍ତି।
କନ୍ୟା: ଉଦାର ସ୍ବଭାବର ହେବେ। ଦାନଶୀଳ ହୋଇପାରନ୍ତି। ଜଣେ ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। କୃଷି କର୍ମକାରୀ ହୋଇପାରନ୍ତି। ଜଳ ପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ। ଯାନ-ବାହନ ସୁଖ ମିଳିବ। କୀର୍ତ୍ତିମାନ୍‌ ହେବେ।
ତୁଳା: ଆବଶ୍ୟକତା ଅନୁସାରେ ଅର୍ଥ ଯୋଗଡ଼ରେ ଲାଗି ପଡ଼ିବେ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଧାର୍ମିକ, ବନ୍ଧୁ ପ୍ରେମୀ ଓ ବିଦ୍ବାନ୍‌ ହେବେ।
ବିଛା: ଆର୍ଥିକ ସହାୟତା ମିଳିପାରେ। ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବେ। ଭାଗ୍ୟଶାଳୀ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ପତ୍ନୀ ସୋହାଗ ବୃଦ୍ଧି ହେବ। ମିତ୍ର ସୁଖ ଲାଭ କରିବେ।
ଧନୁ: କେତେକ କାର୍ଯ୍ୟକୁ ତ୍ବରାନ୍ବିତ କରୁଥିବା ବେଳେ ଆଉ କେତେକ କାର୍ଯ୍ୟକୁ ସ୍ଥଗିତ ରଖିପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବା ବେଳେ ଉତ୍ତମ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଐଶ୍ବର୍ଯ୍ୟ ଯୁକ୍ତ ହେବେ। ମୋକଦ୍ଦମାରେ ଜିଣି ଅର୍ଥ ପାଇବେ।
ମକର: ଶରୀର ସୁସ୍ଥ ରହିବ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫଜନିତ ପୀଡ଼ା ଉପୁଜି ପାରେ। ମଧୁରଭାଷୀ ହେବେ। ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି। ସାହସୀ ଓ ଜ୍ଞାନୀ ହେବେ। ଗୁପ୍ତ ବିଦ୍ୟାରେ ରୁଚି ରହିବ।
କୁମ୍ଭ: ବ୍ୟବସାୟ ଲାଭଜନକ ହେବ। ଆୟ ଆଶାନୁରୂପ ହୋଇପାରେ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ। ଅର୍ଥ ପ୍ରାପ୍ତ ହେବେ।
ମୀନ: ଭ୍ରାତୃ ବିବାଦ ଦୂରେଇ ଯିବ। ଆପଣଙ୍କ ପରିଶ୍ରମର ମୂଲ୍ୟାଙ୍କନ ହେବ। କୁଳ ଉଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରି ଉତ୍‌ଫୁଲ୍ଲିତ ହେବେ।

Comments are closed.