ସୋମବାର ରାଶିଫଳ

0

ମେଷ: ଅଶ୍ବିନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ଅଟକି ରହିଥିବା କାର୍ଯ୍ୟରେ ଆଗକୁ ବଢ଼ିବେ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍ କରିବ। ପ୍ରୀତିଭୋଜନ ମିଳିବ। ଦ୍ବିଜା ନକ୍ଷତ୍ର ଜାତଙ୍କର ସାମାନ୍ୟ ଶୁଭ।

ବୃଷ: ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତି ପାରିବାରିକ ଜୀବନ ସୁଖପ୍ରଦ ହେବ। ପରୋପକାରୀ ହୋଇପାରନ୍ତି। ଆଳସ୍ୟ ପରାୟଣ ହେଲେ ବି ଧନବାନ୍‌ ହେବେ। ସ୍ତ୍ରୀ ମୋହନକାରୀ ହୋଇପାରନ୍ତି। ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ପାରିବାରିକ ଅସନ୍ତୋଷ।

ମିଥୁନ: ମୃଗଶିରା ଓ ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି ମୂଲ୍ୟବାନ ଧାତୁ ଦ୍ରବ୍ୟ ପାଇପାରନ୍ତି। ସୁଖ ମିଳିବ। କଷ୍ଟପ୍ରଦ ହୋଇପାରେ। ଅଷ୍ଟମ ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ପୁନର୍ବସୁ ନକ୍ଷତ୍ରର ସାମାନ୍ୟ ଫଳ।

କର୍କଟ: ପୁଷ୍ୟା ନକ୍ଷତ୍ର ଜାତବ୍ୟକ୍ତି କାର୍ଯ୍ୟ ହାସଲ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। ଚିନ୍ତା ହ୍ରାସ ହେବ। ବିଭିନ୍ନ ସ୍ତରରୁ ସହାୟତାର ହାତ ଲମ୍ବି ଆସିବ। ପୁନର୍ବସୁ ଓ ଅଶ୍ଳେଷା ନକ୍ଷତ୍ରର ସାମାନ୍ୟ ଶୁଭଫଳ।

ସିଂହ: ମଘା ଓ ଉତ୍ତରା ଫାଲ୍‌ଗୁନି ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଉଚ୍ଚ କର୍ତ୍ତୃପକ୍ଷଙ୍କ ଚାପ ବୃଦ୍ଧି ହୋଇପାରେ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। କର୍ମକୁଶଳତା ପ୍ରକାଶ ପାଇବ। ଶାରୀରିକ ପୀଡ଼ା ଓ ପାରିବାରିକ ଅଶାନ୍ତି ବୃଦ୍ଧି ହେବ।

କନ୍ୟା: ଉତ୍ତରା ଫାଲ୍‌ଗୁନି ଓ ଚିତ୍ର ନକ୍ଷତ୍ର ଜାତବ୍ୟକ୍ତି ହଠାତ୍‌ ଲାଭବାନ ହୋଇପାରନ୍ତି। ପରାମର୍ଶ ନେଇ କାର୍ଯ୍ୟର ସଫଳ ରୂପାୟନ କରିପାରନ୍ତି। ଚଞ୍ଚଳ ଚେଷ୍ଟିତ ହେବେ। ପୂର୍ବା ଫାଲ୍‌ଗୁନି ଓ ହସ୍ତା ନକ୍ଷତ୍ରର ସାମାନ୍ୟ ଫଳ।

Related Posts

ତୁଳା: ଚିତ୍ରା ଓ ସ୍ବାତୀ ନକ୍ଷତ୍ର ଜାତବ୍ୟକ୍ତିଙ୍କର ସାମାନ୍ୟ ମାତ୍ରାର ଅର୍ଥ ଲାଭ ଯୋଗ ଅଛି। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି। ବିଶାଖା ନକ୍ଷତ୍ର ଜାତବ୍ୟକ୍ତି ସମଫଳ ପାଇବା ଆଶା କରାଯାଏ।

ବିଛା: ଅନୁରାଧା ନକ୍ଷତ୍ର ଜାତବ୍ୟକ୍ତି ନିଜେ ରହୁଥିବା ପରିବେଶର ପରିବର୍ତ୍ତନ ଘଟାଇ ପାରନ୍ତି। ପରିଶ୍ରମର ମୂଲ୍ୟ ମିଳିବ। ଅର୍ଥ ଲାଭର ସୂଚନା ମିଳୁଛି। ବିଭିନ୍ନ ସ୍ତରରେ ସମ୍ମାନିତ ହେବାର ସୌଭାଗ୍ୟ ଅଛି। ଜ୍ୟେଷ୍ଠା ଓ ବିଶାଖାର ସାମାନ୍ୟ ଫଳ।

ଧନୁ: ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତବ୍ୟକ୍ତିଙ୍କର କାର୍ଯ୍ୟ ହାସଲ ହେବ; ମାତ୍ର ଏହି ସଫଳତା ପାଇଁ ପ୍ରତୀକ୍ଷା କରିବାକୁ ପଡ଼ିବ। ଉପୁଜିଥିବା ସମସ୍ୟାର ସମାଧାନ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ପୂର୍ବାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ସତର୍କତାର ଦିନ।

ମକର: ଉତ୍ତରାଷାଢ଼ା ଓ ଧନିଷ୍ଠା ନକ୍ଷତ୍ର ଜାତବ୍ୟକ୍ତିଙ୍କ ଆର୍ଥିକ ଅନଟନର ସୁଧାର ଆସିବାର ସୁଯୋଗ ଅଛି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଶ୍ରବଣା ନକ୍ଷତ୍ରର ସାମାନ୍ୟ ଫଳ।

କୁମ୍ଭ: ଧନିଷ୍ଠା ଓ ଶତଭିକ୍ଷା ନକ୍ଷତ୍ର ଜାତବ୍ୟକ୍ତି ବାଧା, ବିଘ୍ନକୁ ଏଡ଼ାଇ କର୍ମ ପଥରେ ଅଗ୍ରସର ହୋଇପାରନ୍ତି। ସମ୍ମାନିତ ହେବେ। କାର୍ଯ୍ୟରେ ସଫଳତା ମିଳିବ। ସୁଖ-ସମୃଦ୍ଧି ପ୍ରାପ୍ତ ହେବେ। ଉଚ୍ଚଆଶା ଫଳବତୀ ହେବ। ପୂର୍ବାଭାଦ୍ର ନକ୍ଷତ୍ରଙ୍କର ସାମାନ୍ୟ ଶୁଭଫଳ।

ମୀନ: ଉତ୍ତର ଭାଦ୍ରପଦ ନକ୍ଷତ୍ର ଜାତବ୍ୟକ୍ତିଙ୍କର ସ୍ବଳ୍ପ ଆୟର ସୂଚନା ମିଳୁଛି। ମନରେ ସରସତା ଆସିବ। ଚିନ୍ତାଧାରା ଉନ୍ନତମାନର ହେବ। ସରକାରଙ୍କ ତରଫରୁ କିଛିଧନ ମିଳିପାରେ। ଚଞ୍ଚଳ ପ୍ରକୃତିର ହେବେ। ରେବତୀ ନକ୍ଷତ୍ରର ସାମାନ୍ୟ ଫଳ।

Leave A Reply