ସୋମବାର ରାଶିଫଳ

0

ମେଷ: ରାଜନୀତି କ୍ଷେତ୍ରରେ ଯୋଗଦାନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ହଠାତ୍‍ କିଛି ଆଶାନୁରୂପ ଅର୍ଥ ମିଳିବ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଧାର୍ମିକ ହେବେ। ତେଜସ୍ୱୀ ଉତ୍ତମବ୍ୟକ୍ତିତ୍ୱ ସମ୍ପନ୍ନ ହେବେ।
ବୃଷ: କର୍ମକ୍ଷେତ୍ରରେ ମାପି, ଚୁପି ଚଳିବାକୁ ପଡ଼ିବ। ଉଦାର ପ୍ରକୃତିର ହେବେ। ଦାନଧର୍ମରେ ମନବଳାଇବେ। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମକାରୀ ହେବେ।
ମିଥୁନ: ସାମାନ୍ୟ ଚେଷ୍ଟାରେ ଧନ ଲାଭ ହେବ। ଉଚ୍ଚ ଆଶା ଫଳବତୀ ହେବ। ମନ ପ୍ରସନ୍ନ ରହିବ। ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି। ବିଶ୍ୱାସଯୋଗ୍ୟ କଥା କହିପାରନ୍ତି। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି।
କର୍କଟ: ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ପରଦେଶବାସୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ମିତ୍ର ସୁଖ ଲାଭ କରିବେ।
ସିଂହ: ରୋଜଗାର ଯଥେଷ୍ଟ ପରିମାଣର ହେବ। ବନ୍ଧୁ କିମ୍ବା ସରକାରୀ ସହାୟତା ପାଇ ଆତ୍ମତୃପ୍ତି ଲାଭ କରିବେ। ସ୍ୱାସ୍ଥ୍ୟ ଅତୁଟ ରହିବ। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭର ସୂଚନା ମିଳୁଛି। ସୁଖ ମିଳିବ।
କନ୍ୟା: ନୂତନ ଜାଗା କ୍ରୟ କରିବାର ସୁଯୋଗ ପାଇବେ। ସବୁ ବାଧା ବିଘ୍ନକୁ ଏଡ଼ାଇ କାର୍ଯ୍ୟରେ ସଫଳତା ଲାଭ କରିବେ। ମଧୁର ବଚନ କହି ଶତ୍ରୁକୁ ବଶ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ବ୍ୟୟ ବୃଦ୍ଧି ହୋଇପାରେ।
ତୁଳା: ଯଶସ୍ୱୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସନ୍ତାନମାନେ ଗୁଣୀ ଓ ସମ୍ପତ୍ତିବାନ ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଜ୍ୟେତିଷ ବିଦ୍ୟାରେ ରୁଚି ରହିବ। ସୁଖ ମିଳିବ।
ବିଛା: ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପାରିବାରିକ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ।
ଧନୁ: କାର୍ଯ୍ୟକୁ କରାୟତ୍ତ କରିପାରନ୍ତି। ଭ୍ରମଣ ଯୋଗ ରହିଛି। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ ବିଳାସରେ ବିତାଇ ପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ତୀର୍ଥଯାତ୍ରା କରିପାରନ୍ତି।
ମକର: ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ପତ୍ନୀଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହେବେ। ଜଳଯାତ୍ରା ମନା
କୁମ୍ଭ: ବନ୍ଧୁ ସହଯୋଗ ପାଇ ଖୁସି ହେବେ। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବର ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ ସୁଉପାଦେୟ ହେବ। ଅବିବାହିତମାନେ ମନୋରମା କନ୍ୟାର ପାଣିଗ୍ରହଣ କରିବେ।
ମୀନ: ଯୋଗାଯୋଗ ଲାଭଦାୟକ ହେବ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଭାଇମାନଙ୍କ ପ୍ରତି ଅତୁଟ ସ୍ନେହ ରହିବ। ଶରୀର ସୁସ୍ଥ ରହିବ। ବଳବାନ ହେବେ। ଶତ୍ରୁ ଦମନ କରିବାରେ ସକ୍ଷମ ହେବେ। ଚାକିରିରେ ସୁନାମ ଅର୍ଜନ କରିବେ।

Leave A Reply