ଫେରୁଛି ପୁରୁଣା ଦିନ ! ପ୍ଲାଷ୍ଟିକ୍ ଓ କାଚ ବୋତଲ ପରେ ଏଣିକି ମାଟି ବୋତଲ

0

ପ୍ରାଚୀନ କାଳରେ କାଚ କିମ୍ବା ପ୍ଲାଷ୍ଟିକ୍‌ର ବୋତଲ ନଥିଲା। ସେସମୟରେ ମାଟି ଘଡ଼େଇ ଓ ପାତ୍ର ବ୍ୟବହୃତ ହେଉଥିଲା। ଏବେ ମଧ୍ୟ କେତେକ ରେସ୍ତୋରାଁରେ ପାରମ୍ପରିକ ଶୈଳୀରେ ମାଟିପାତ୍ରରେ ହିଁ ରୋଷେଇ କରାଯାଉଛି। କାରଣ ମାଟି ପାତ୍ର ପ୍ରସ୍ତୁତ ବ୍ୟଞ୍ଜନର ସୁଆଦ ଭିନ୍ନ। ଦିନୁକଦିନ ଦିଲ୍ଲୀର ବଢ଼ୁଥିବା ପ୍ରଦୂଷଣ ପାଇଁ ଏବେ ଚିନ୍ତାରେ ସେଠାକାର ବାସିନ୍ଦା। ଖାଦ୍ୟପାନୀୟ ସହ ଅନ୍ୟାନ୍ୟ ପରିବେଶ ଖାପଖୁଆଉଥିବା ପରିସ୍ଥିତି ସହ ସେମାନେ ଆଗକୁ ବଢ଼ୁଛନ୍ତି। ଚଳିତ ବର୍ଷ ପ୍ରଥମକରି ଦିଲ୍ଲୀରେ ମାଟି ପାଣିବୋତଲ ବିକ୍ରି ଆରମ୍ଭ ହୋଇଥିଲା। କେବଳ ଗ୍ରୀଷ୍ମରେ ନୁହେଁ, ବରଂ ବର୍ଷର ପ୍ରତ୍ୟେକ ସମୟରେ ଏଇ ବୋତଲର ପାଣି ବ୍ୟବହାର କରିହେବ। ମାଟି ବୋତଲର ପାଣି ଶରୀର ପାଇଁ ଖୁବ୍ ହିତକର ବୋଲି ବିଶେଷଜ୍ଞଙ୍କ ମତ। ପୂର୍ବେ ମାଟି ଫିଲ୍ଟର ଓ ଗରା ବିକ୍ରି ହେଉଥିଲା। ଏଥରକ କିନ୍ତୁ ଉତ୍ତମ ପରିବେଶ ନିମନ୍ତେ ଦିଲ୍ଲୀର ଏକ ସ୍ଥାନୀୟ କମ୍ପାନୀ ମାଟି ପାଣିବୋତଲ ବିକ୍ରି ଆରମ୍ଭ କରିଛି। ଏଇ ମାଟି ପାଣିବୋତଲର ମୂଲ୍ୟ ୯୦ ଟଙ୍କାରୁ ୪୫୦ ଟଙ୍କା ପର୍ୟ୍ୟନ୍ତ ରହିଛି। ବିଭିନ୍ନ ଆକୃତିର ଛୋଟ-ବଡ଼ ମାଟି ପାଣି ବୋତଲ ଅଛି। ଖୁବ୍ ଶୀଘ୍ର ଏଇ କମ୍ପାନୀ ଅନ୍-ଲାଇନ୍ ବ୍ୟବସାୟ ଆରମ୍ଭ କରିବ ବୋଲି ଜଣାପଡ଼ିଛି।

 

 

Leave A Reply