କମ୍ପ୍ୟୁଟର ଉପର କେନ୍ଦ୍ରର ଗୁଇନ୍ଦା ନଜର ନିଷ୍ପତ୍ତିକୁ ସମୀକ୍ଷା କରିବେ ସୁପ୍ରିମକୋର୍ଟ

0
88

ନୂଆଦିଲ୍ଲୀ: ଭାରତର ନାଗରିକମାନେ ବ୍ୟବହାର କରୁଥିବା କମ୍ପ୍ୟୁଟରର ତଥ୍ୟ ଓ କାର୍ଯ୍ୟକଳାପ ଉପରେ ସତର୍କ ଦୃଷ୍ଟି ରଖିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ସୁପ୍ରିମକୋର୍ଟ ସମୀକ୍ଷା କରିବେ। ଯୋଜନା ସମ୍ପର୍କରେ ୬ ସପ୍ତାହ ମଧ୍ୟରେ ମତ ଓ ତଥ୍ୟ ରଖିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।
ଦେଶବାସୀ ବ୍ୟବହାର କରୁଥିବା କମ୍ପ୍ରୁଟରର ତଥ୍ୟ ଯାଞ୍ଚ କରିବା ପାଇଁ ୧୦ଟି କେନ୍ଦ୍ରୀୟ ସଂସ୍ଥାଙ୍କୁ ଦାୟିତ୍ୱ ଓ ଅଧିକାର ଦିଆଯାଇଛି। ଏ ସଂକ୍ରାନ୍ତୀୟ ଏକ ଫାଇଲ୍‍ରେ ଗତ ଡିସେମ୍ବର ମାସରେ ସ୍ୱରାଷ୍ଟ୍ର ସଚିବ ରାଜୀବ ଗୌବା ହସ୍ତାକ୍ଷର କରିଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ଚ୍ୟାଲେଞ୍ଜ କରି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ର, ଶ୍ରେୟା ସିଂହାଲ୍‍ଙ୍କ ସମେତ ଅନ୍ୟ କେତେଜଣ ସୁପ୍ରିମକୋର୍ଟରେ ପିଟିସନ୍‍ ଦାଖଲ କରିଛନ୍ତି। ପ୍ରଚଳିତ ଆଇନ୍‍ ଅନୁଯାୟୀ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ବ୍ୟତୀତ ଅନ୍ୟ କୌଣସି ବିଭାଗ କିମ୍ବା ସଂସ୍ଥା ଫୋନ୍‍ କଲ୍‍ ଓ ଇମେଲ୍‍ ଆଦି ଯାଞ୍ଚ କରି ପାରିବେ ନାହିଁ। କେନ୍ଦ୍ର ସରକାରଙ୍କ ଏହି ନୂଆ ନିଷ୍ପତ୍ତି ପରେ କେନ୍ଦ୍ର ସରକାରଙ୍କ ଅଧୀନରେ ପରିଚାଳିତ ଆଇବି, ଏନ୍‍ସିବି, ଇଡି, ସିବିଡିଟି, ଡିଆରଆଇ, ସିବିଆଇ, ଏନ୍‍ଆଇଏ, କ୍ୟାବିନେଟ୍‍ ସେକ୍ରେଟେରିଏଟର ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‍ ୱିଙ୍ଗ, ଡାଇରେକ୍ଟର ଅଫ୍‍ ସିଗ୍‍ନାଲ୍‍ ଇଣ୍ଟେଲିଜେନ୍ସ(ଜାମ୍ମୁ-କାଶ୍ମୀର, ଉତ୍ତର-ପୂର୍ବ ଭାରତ ଓ ଆସାମ), ଦିଲ୍ଳୀ ପୁଲିସ ସମସ୍ତ ତଥ୍ୟ ଓ ଫୋନ୍‍ କଲ୍‍ ଯାଞ୍ଚ କରିପାରିବେ।

LEAVE A REPLY

Please enter your comment!
Please enter your name here