ସାପ ଖାଇଲା ପିଆଜ

0

ଭୁବନେଶ୍ୱର : ସାପ ଅଣ୍ଡା ଖାଇବା, ବେଙ୍ଗ ଖାଇବା ଆଦି ଶୁଣିଥିବେ। ହେଲେ ସାପ ପିଆଜ ଖାଇବା କେବେ ଭାବିନଥିବେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ। ଅନୁଗୁଳ ଜିଲା ଚେନ୍ଦିପଡା ଗ୍ରାମରେ ଏକ ସାପ ୧୧ଟି ପିଆଜ ଗିଳିବାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁସାରେ ଚେନ୍ଦିପଡା ଗ୍ରାମର ସୁଶାନ୍ତ ବେୟୁରାଙ୍କ ଘରେ ପଶି ଏକ ସାପ ୧୧ଟି ପିଆଜ ଗିଳିଦେଇଥିଲା। ଏହାପରେ ସାପଟି ଆଉ ଚଳପ୍ରଚଳ ହୋଇପାରିନଥିଲା। ଗ୍ରାମବାସୀ ଏ ନେଇ ସାପ ଉଦ୍ଧାରକାରୀ ହିମାଶୁଂ ଶେଖର ଦେଉରିଙ୍କୁ ଜଣାଇଥିଲେ।
ସାପ ଉଦ୍ଧାରକାରୀ ହିମାଶୁଂ ଶେଖର ଦେଉରିଙ୍କ କହିବାନୁସାରେ, ମୁଁ ଏବଂ ଆମ ଦଳ ଘଟଣାସ୍ଥଳରେ ପହଁଞ୍ଚିବା ସମୟରେ ସାପଟି ଶେଷ ଦୁଇଟି ପିଆଜ ଖାଉଥିଲା। ଏଭଳି ଆଶ୍ଚର୍ଯ୍ୟଜନକ ଦୃଶ୍ୟକୁ ମୋ ସାଙ୍ଗ ମୋ ମୋବାଇଲରେ ଭିଡିଓ କରିଥିଲୁ।
ଏହାପରେ ସାପ ରକ୍ଷକ ସାପ ଉଦ୍ଧାରକାରୀ ସଂସ୍ଥା ସଚିବ ସୁବେନ୍ଦୁ ମଲ୍ଲିକ କହିଛନ୍ତି, ସାପ ପିଆଜ ଗିଳିବା ଘଟଣା ବିଶ୍ୱରେ ପ୍ରଥମ। ବୋଧେ ଅଣ୍ଡା ଭାବି ସାପଟି ପିଆଜ ଗିଳିଦେଇଥିବା ଅନୁମାନ କରାଯାଉଛି।

Leave A Reply