ଗାଁରୁ ୧୮ ଫୁଟର ଅହିରାଜ ଉଦ୍ଧାର

0

ଖୁଣ୍ଟା : ଖୁଣ୍ଟା ବ୍ଲକ ବଡପଥରା ଗ୍ରାମ ପଞ୍ଚାୟତର ବାଲିପାଳ ଗ୍ରାମରୁ ଗୁରୁବାର ଦିନ ଏକ ୧୮ ଫୁଟ ଲମ୍ବର ଅହିରାଜ ଉଦ୍ଧାର କରାଯାଇଛି। ମଧ୍ୟାହ୍ନରେ ବାଲିପାଳ ଗ୍ରାମର ପାଣ୍ଡୁ ସିଂଙ୍କ ଘର ଭିତରକୁ ଏକ ଅହିରାଜ ପଶିଯାଇଥିବା ଘରର ସଦସ୍ୟମାନେ ଦେଖିଥିଲେ। ସୂଚନା ପାଇ ଡୁକୁରା ବନ କର୍ମଚାରୀ ପହଞ୍ଚିଥିବା ବେଳେ ବନ କର୍ମଚାରୀ ଅହିରାଜକୁ ଧରିବାକୁ ସକ୍ଷମ ହୋଇନଥିଲେ। ପରବର୍ତ୍ତି ସମୟରେ ସ୍ଥାନୀୟ ସରପଞ୍ଚ ସୁନିଆ ମାଝୀଙ୍କ ମାଧ୍ୟମରେ ବାରିପଦା ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା। ସନ୍ଧ୍ୟାରେ ହେଲ୍ପ ଲାଇନର ସଦସ୍ୟ କୃଷ୍ଣ ଚନ୍ଦ୍ର ଗୋଚ୍ଛାୟତ ଘଟଣା ସ୍ଥଳରେ ପହଞ୍ଚି ବନ କର୍ମଚାରୀଙ୍କ ଉପସ୍ଥିତିରେ ଅଜଗରକୁ ଉଦ୍ଧାର କରିବା ପରେ ନିକଟସ୍ଥ ଶିମିଳିପାଳ ଅଭୟାରଣ୍ୟରେ ଛାଡିଥିଲେ।

Leave A Reply