ସାପ କାମୁଡାରେ ବାଳକର ମୃତ୍ୟୁ

0

ଅନଗୁଳ: ଅନୁଗୁଳ ଜିଲା ଛେଣ୍ତିପଦା ସାନ କୁସକିଳାରେ ସାପ କାମୁଡାରେ ବାଳକର ମୃତ୍ୟୁ ହୋଇଛି। ମୃତକଙ୍କ ନାମ ସିପୁନ ପଲେଇ (୧୫)। ସିପୁନ ନିଜ ମାମୁଁ ଦିଗାମ୍ବର ପ୍ରଧାନଙ୍କ ଘରେ ରହି ପାଠ ପଢୁଥିଲେ। ସିପୁନ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ବିଷାକ୍ତ ଚିତିସାପ କାମୁଡି ଦେଇଥିଲା। ତାଙ୍କୁ ଘରେ ରଖି ପୂଜା କରିଥିଲେ ମଧ୍ୟ କିଛି ଫଳପ୍ରଦ ହୋଇ ନଥିଲା।  ତାଙ୍କୁ ସକାଳେ ୧୦୮ ଆମ୍ବୁଲାନ୍ସ ଯୋଗେ ଛେଣ୍ତିପଦା ମେଡିକାଲକୁ ଅଣାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply