ସାପ କମୁଡାରେ ଛାତ୍ରୀ ମୃତ

0

କଳାପଥର(ବାଙ୍କୀ): ବାଙ୍କୀ ଥାନା ଅନ୍ତର୍ଗତ ବ୍ରହ୍ମପୁରା ଗ୍ରାମରେ ଶନିବାର ରାତ୍ରିରେ ସାପ କାମୁଡାରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ମୃତ ଛାତ୍ରୀ ଜଣଙ୍କ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପାଠ ପଢୁଥିଲା। ପ୍ରକାଶ ଯେ ବ୍ରହ୍ମପୁରା ଗ୍ରାମର ପ୍ରକାଶ ବେହେରାଙ୍କ ଝିଅ ଶୋନି ବେହେରା (ବୟସ ୯) ଶନିବାର ରାତ୍ରିରେ ଘରେ ଶୋଇଥିବା ବେଳେ ତାକୁ ଏକ ବିଷଧର ରଣା ସାପ କାମୁଡିଥିଲା। ସାପ କାମୁଡିବା ପରେ ସେ ଘରେ ଥିବା ବାପା ଓ ମାଆଙ୍କୁ ଜଣାଇଥିଲା। ପରିବାର ବର୍ଗ ପ୍ରଥମେ ଚିକିସ୍‍ôା ପାଇଁ ଗୁଣିଆ ପାଖକୁ ନେଇଥିବା ବେଳେ ପରେ ବାଙ୍କୀ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ତୁରନ୍ତ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

Leave A Reply