ମାଓବାଦୀଙ୍କୁ ବିରୋଧ- ସହିଦ ଦିବସ ମାଓ ହିଂସାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ସ୍ମୃତି ସ୍ତମ୍ଭ

ମାଲକାନଗିରି- ଜୁଲାଇ ୨୮ ତାରିଖରୁ ଠାରୁ ସି. ପି ଏଇ ମାଓବାଦୀ ପକ୍ଷରୁ ସହିଦ ସପ୍ତାହ ପାଳନ କରାଯାଉଛି । ମାତ୍ର ପ୍ରଥମ ଥର ପାଇଁ ମାଓବାଦୀଙ୍କ ବଦଳରେ ମାଓ ହିସାଂର ଶିକାର ହୋଇଥିବାବ୍ୟକ୍ତିଙ୍କ ପାଇଁ ଆନ୍ଧ୍ରପ୍ରଦେଶର କରୁକୋଣ୍ଡା ଗ୍ରାମରେ ସ୍ମୃତି ସ୍ତମ୍ଭକୁ ଧଳା ରଙ୍ଗ କରାଯାଇଛି । ଏହା ସହ ମାଓ ହିସାଂର ଶିକାର ଲୋକଙ୍କ ନାମ ଏଥିରେ ଉଲ୍ଲେଖ ରହିଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ବର୍ତ୍ତୀ ଚିତ୍ରକୋଣ୍ଡା ସ୍ୱାଭିମାନ ମାନ ଅଂଚଳ ର ଠାରୁ ମାତ୍ର ୧୦ କି. ମି ଦୂର ଆନ୍ଧ୍ରପ୍ରଦେଶର କରୁକୋଣ୍ଡା ଗ୍ରାମରେ ମାଓବାଦୀଙ୍କ ବିରୋଧରେ ଏଥିରେ ବିଭିନ୍ନ ସ୍ଲୋଗାନ ଉଲ୍ଲେଖ କରାଯାଇଛି ।

Comments are closed.