ବିମାନରେ ସିଗାରେଟ ଟାଣି ଜଣେ ଗିରଫ, ଦେବେ ୧ ଲକ୍ଷ ଜୋରିମାନା

ପାଟନା : ବେଙ୍ଗାଲୁରୁରୁ ରାଞ୍ଚି ଯାଉଥିବା ଇଣ୍ଡିଗୋ ବିମାନ (୬ଇ୪୮୫)ରେ ଶୁକ୍ରବାର ସିଗାରେଟ ଟାଣୁଥିବାବେଳେ ଧରାପଡ଼ି ଝାଡ଼ଖଣ୍ଡର ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ଦୀପକ କୁମାର ଶର୍ମା ବୋଲି ଜଣାପଡିଛି। କୁହାଯାଉଛି ଯେ ବିମାନରେ ସିଗାରେଟ ଟାଣିବା ପାଇଁ ଦୀପକଙ୍କୁ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ କିମ୍ବା ୧ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡ଼ିବ।

ସୂଚନା ଅନୁଯାୟୀ ବିମାନଟି ଶୁକ୍ରବାର ବାଙ୍ଗାଲୁରୁରୁ ପାଟନା ଦେଇ ରାଞ୍ଚି ଯାଉଥିଲା। ଦିନ ପ୍ରାୟ ସାଢେ ୨ଟା ବେଳେ ବିମାନଟି ପାଟନାରେ ଅବତରଣ କରିବା ମାତ୍ରେ ବିମାନ ଭିତରେ ଥିବା ସ୍ମୋକ ଆଲାରାମ ବାଜ ଉଠିଥିଲା। ସିଆଇଏସଏଫ କର୍ତ୍ତୃପକ୍ଷ ତୁରନ୍ତ ସିଗାରେଟ ଟାଣୁଥିବା ଯାତ୍ରୀ ଜଣଙ୍କୁ ଧରି ବିମାନ ବନ୍ଦର ପୁଲିସ୍‍ ଥାନା ଜିମା ଦେଇଥିଲେ। ବିମାନକୁ ଦିଆସିଲି କିମ୍ବା ଲାଇଟର ନେବା ନିଷିଧ ଥିଲାବେଳେ ଏହି ଘଟଣା ବିମାନ ବନ୍ଦର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

Comments are closed.