ଅତ୍ୟାଧୁନିକ ମୋବାଇଲସ୍କ୍ରିନ୍‍

ସ୍ମାର୍ଟଫୋନ୍‍ ଏବେ ଲୋକଙ୍କର ଏକ ପ୍ରମୁଖ ସଉକ୍‍। ବିଶ୍ୱବଜାରରେ ବର୍ତ୍ତମାନ ବିଭିନ୍ନ କମ୍ପାନୀର ଶସ୍ତା ଠାରୁ ମହରଗ୍‍ ମୋବାଇଲଫୋନ୍‍ ବିକ୍ରି ହେଉଛି। ଅଧିକାଂଶ ସ୍ମାର୍ଟଫୋନ୍‍ ବ୍ୟବହାରକାରୀ କିନ୍ତୁ ଏକ ପ୍ରମୁଖ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଜଣାପଡ଼ିଛି। ସର୍ବେକ୍ଷଣ ଅନୁସାରେ ବିଶ୍ୱସ୍ତରରେ ଗୋଟିଏ ଦିନରେ ୨ ଲକ୍ଷ ମୋବାଇଲର ସ୍କ୍ରିନ୍‍ ଭାଙ୍ଗିଥାଏ। ମୋବାଇଲର ମୁଖ୍ୟ ଭାଗଟି ଭାଙ୍ଗିଗଲା ପରେ ତାହା ଅକାମୀ ହୁଏ। ତେଣୁ ଅକାମୀ ମୋବାଇଲର ସଂଖ୍ୟା ଦିନକୁଦିନ ବଢ଼ିବା ସହ ସେଥିପାଇଁ ମାତ୍ରାଧିକ ପ୍ରଦୂଷଣ ବଢ଼ିବାରେ ଲାଗିଲା। ସେସବୁକୁ ଲକ୍ଷ୍ୟ କରି ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଗବେଷକଗଣ ଏକପ୍ରକାର ଅତ୍ୟାଧୁନିକ ମୋବାଇଲ ସ୍କ୍ରିନ୍‍ ତିଆରି କରିଛନ୍ତି। ଯଦି ସ୍କ୍ରିନ୍‍ ହାତରୁ ପଡ଼ି କିମ୍ବା କୌଣସି ଦୁର୍ଘଟଣାରେ ଭାଙ୍ଗିଯିବ, ତେବେ ପରବର୍ତ୍ତୀ ୯ ରୁ ୧୦ମିନିଟ୍‍ ମଧ୍ୟରେ ତାହା ପୁନର୍ବାର ସଜାଡ଼ି ହୋଇଯିବ। ସ୍କ୍ରିନ୍‍ରେ ଆଘାତ ହେବା ମାତ୍ରେ ସେଥିରେ ଥିବା ଏକ ତରଳ ପଦାର୍ଥ କାର୍ଯ୍ୟ ଆରମ୍ଭ କରିବ। ସେହି ସ୍ୱତନ୍ତ୍ର ମୋବାଇଲ ସ୍କ୍ରିନ୍‍ର ଦର ଅଧିକ ହେବ। ବିଶ୍ୱର ବିଭିନ୍ନ ମୋବାଇଲ କମ୍ପାନୀ ଏବେ ବ୍ରିଷ୍ଟଲ୍‍ ଗବେଷକଙ୍କ ତଥ୍ୟକୁ ପ୍ରୟୋଗ କରିବା ଆରମ୍ଭ କରିବେ।

Comments are closed.