ଇଣ୍ଟରନେଟ୍ ଉପବାସ

ସ୍ମାର୍ଟଫୋନ୍ ଆସକ୍ତିରେ ୫୫%ରୁ ଅଧିକ ଲୋକ ଇଣ୍ଟରନେଟ୍ ବ୍ୟବହାର ସହ ଛନ୍ଦିହୋଇଗଲେଣି। ପିଲାଙ୍କ ସହ ବୟସ୍କ ଓ ୪୦ ବର୍ଷ ବୟସରୁ ଅଧିକ ବୟସ୍କ ଲୋକ ନିୟମିତ ଭାବେ ୯ ଘଣ୍ଟା ଇଣ୍ଟରନେଟ୍ ଉପଯୋଗ କରୁଥିବାର ଏକ ସର୍ବେକ୍ଷଣରୁ ପ୍ରକାଶ। ନାମୀ କମ୍ପାନୀର ଉଚ୍ଚ ପଦରେ କାର୍ଯ୍ୟରତ ମୁଖ୍ୟ ଅଧିକାରୀମାନେ ମଧ୍ୟ ସମାନ ମତପୋଷଣ କରିଛନ୍ତି ଯେ ଇଣ୍ଟରନେଟ୍ ଆସକ୍ତି ସେମାନେ ନିଜେ ହିଁ ନିୟନ୍ତ୍ରଣ କରିବା ଆବଶ୍ୟକ। ଅଧିକ ସମୟ ସ୍ମାର୍ଟଫୋନ୍ ବ୍ୟବହାର କଲେ ବିଭିନ୍ନ ରୋଗ ହେବାର ଆଶଙ୍କା ବଢ଼ିବା ସହ ଆମ ମାନସିକ ରୋଗ ମଧ୍ୟ ବଢ଼ିଥାଏ। ସାପ୍ତାହିକ ଭାବେ ନିଜ ସ୍ମାର୍ଟଫୋନ୍ ବ୍ୟବହାରକୁ ନିୟନ୍ତ୍ରଣ କରିବା ଉଚିତ।
– ବର୍ତ୍ତମାନ ସମୟରେ ଏହାକୁ ‘ଇଣ୍ଟରନେଟ୍ ଫାଷ୍ଟିଙ୍ଗ’ର ନାମ ଦିଆଯାଇଛି। ବିଶେଷଜ୍ଞଙ୍କ ମତରେ ଯେପରି ସପ୍ତାହକୁ ଥରୁଟିଏ ଉପବାସ କରିବା ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ। ଠିକ୍ ସେଇପରି ସପ୍ତାହକୁ ଦିନଟିଏ ଇଣ୍ଟରନେଟ୍ ବ୍ୟବହାର ନ କଲେ ମଧ୍ୟ ଆମକୁ ମାନସିକ ଶାନ୍ତି ମିଳିବ। ସେଇ ସମୟ ନିଜ ପରିବାର ସହ ଖୁସିରେ ଅତିବାହିତ କରିବା ଉଚିତ।
– କିଛି ବର୍ଷ ତଳେ ହ୍ବାଟସ୍ ଆପ୍ ଗ୍ରୁପ୍ ନଥିଲା କିମ୍ବା କୌଣସି ସୋସିଆଲ ସାଇଟ୍‌ର କ୍ଷିପ୍ର ବେଗରେ ସମ୍ବାଦ ପ୍ରଚାର ସୁବିଧା ନଥିଲା, ଏହା ସତ୍ତ୍ବେ ଜୀବନର ଗତିରେ କୌଣସି ଅସୁବିଧା ଉପୁୁଜୁନଥିଲା।
– ଇଣ୍ଟରନେଟ୍‌ ଆସକ୍ତି କାରଣରୁ ଦୈନନ୍ଦିନ ଜୀବନଚର୍ଯ୍ୟା ମଧ୍ୟ ବିପର୍ଯ୍ୟସ୍ତ ହେଉଛି। ସମୟକ୍ରମେ ଲୋକେ ଏହାର ଅନୁଭବ କଲେଣି।

Comments are closed.