www.samajalive.in
Sunday, December 14, 2025
23.1 C
Bhubaneswar

ଏମାନଙ୍କ ପ୍ରୟାସକୁ ସମ୍ମାନ, ଭାଗ-୩

ଷ୍ଟେଟ ପ୍ରୋଗ୍ରେସିଭ ଓ୍ୱିମେନ୍‌ ଫୋରମ୍‌ର ମୁଖ୍ୟ ମମତା ସମାମନ୍ତରାୟ କୁନ୍ଦୁଲି ଗଣ ବଳାତ୍କାର ପୀଡିତାଙ୍କ ଆତ୍ମହତ୍ୟା ପାଇଁ ଦାୟୀ ବ୍ୟକ୍ତି ବିଶେଷଙ୍କ ବିରୋଧରେ ସଂଗ୍ରାମ ଜାରି ରଖିଛନ୍ତି । ଏଥିରୁ ରାଜନୈତିକ ଫାଇଦା ହାସଲ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ବିଶେଷ ବିରୋଧରେ ସଂଗ୍ରାମ କରିବେ ବୋଲି ସେ କହିଛନ୍ତି ।ଏଥିପାଇଁ ସେ ଭୁବନେଶ୍ୱରରୁ କୁନ୍ଦଲି ଯିବା ଆସିବା କରୁଛନ୍ତି । ଆଜି ଯାଏଁ ପୀଡିତାଙ୍କୁ ନ୍ୟାୟ ମିଳି ନାହିଁ । ନାବାଳିକା ପୀଡିତା ଆତ୍ମହତ୍ୟା ନୁହଁ  ବରଂ ତାଙ୍କୁ ଏକ ପ୍ରକାର ହତ୍ୟା କରାଯାଇଥିଲା ବୋଲି ମମତା ଅଭଇଯୋଗ କରିଛନ୍ତି । ଏପରି ମାମଲାରେ ପୀଡିତାମାନଙ୍କର ପରିଚୟକୁ ଲୁଚାଯାଇଥାଏ । ମାତ୍ର କିଛି ଲୋକ ରାଜନୈତିକ ଫାଇଦା ଓ ନିଜ ସ୍ୱାର୍ଥ ପାଇଁ ତାଙ୍କର ପରିଚୟକୁ ସାର୍ବଜନୀନ କରିଥିବା ସେ କହିଛନ୍ତି ।

ପୀଡିତାଙ୍କ ଆତ୍ମହତ୍ୟା ପୂର୍ବରୁ  ଓ ପରେ ରାଜନୈତିକ ଦଳମାନେ ଯେପରି ବିରୋଧ ପ୍ରଦର୍ଶନ କରୁଥିଲେ ତାହା ଏବେ ନାହିଁ । ବିରୋଧି ଦଳମାନେ ଏବେ ଏତେ ସକ୍ରିୟ ନୁହନ୍ତି । ମାତ୍ର ମମତା ସଂଗ୍ରାମ ଜାରି ରଖିଛନ୍ତି । ପୁଲିସ ବି ଏଥିରେ ମାମଲା ରୁଜୁ କରିଛି ମାତ୍ର ସେପରି କିଛି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

- Advertisement -

କୁନ୍ଦୁଲି ପୀଡିତାଙ୍କୁ ରାଜଧାନୀକୁ ଡାକି ସର୍ବ ସମ୍ମୁଖରେ ତାଙ୍କର ଜନ ଶୁଣାଣୀ କରିବା ସହ ତାଙ୍କ ନାମ ଓ ଫଟୋକୁ ବିଭିନ୍ନ  ମାଧ୍ୟମ ସହ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରିଥିବା ସଂସ୍ଥା, ସୂଚନା ଅଧିକାର କର୍ମୀ ଓ ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ  ମମତା ଦାବି କରିଛନ୍ତି । ନାବାଳକ ଉତ୍ପୀଡନ ଆଇନ ଅନୁସାରେ ମାମଲା ଦାୟର ହୋଇଥିଲେ ମଧ୍ୟ ଏହି ସୂଚନା ଅଧିକାର କର୍ମୀ ଓ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଷ୍ଟେଟ ପ୍ରୋଗ୍ରେସିଭ ଓ୍ୱିମେନ ଫୋରମ୍‌ର ଅଧ୍ୟକ୍ଷା ମମତା ସାମନ୍ତ ରାୟ ଅଭିଯୋଗ କରିଛନ୍ତି । ପୀଡିତା ଏହି ଜନ ଶୁଣାଣୀ ବେଳେ ଜୀବନ ହାରି ଦେବା ନେଇ କହିଥିଲେ । ମାତ୍ର ଏହି ବ୍ୟକ୍ତି ବିଶେଷମାନେ କିଛି କର ନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ସର୍ବ ସମ୍ମୁଖରେ ପୀଡିତାଙ୍କୁ ଉପସ୍ଥାପନ କରି ବେଆଇନ କାମ କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମମତା ଦାବି କରିଛନ୍ତି ।  ସିବିଆଇ ଏହାର ଯାଞ୍ଚ କଲେ ପ୍ରକୃତ କାରଣର ପର୍ଦ୍ଦାଫାସ ହେବ ଓ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ହୋଇ ପାରିବ ବୋଲି ସେ କହିଛନ୍ତି ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories