ସ୍ଲିମ ଓ ଫିଟ୍‍ ରହିବାର ଟିପ୍ସ

ଆଜି କାଲିର ଜୀବନଶୈଳୀ ଓ ଖାଦ୍ୟପେୟର ପରିବର୍ତ୍ତନ ଓଜନ ବୃଦ୍ଧିର ମୁଖ୍ୟ କାରଣ ଅଟେ। ମୋଟା ଲୋକମାନେ କୌଣସି ପାର୍ଟି ବା ଫଙ୍କସନକୁ ଗଲେ, ସେମାନଙ୍କୁ ଲୋକହସାର ଶିକାର ହେବାକୁ ପଡିଥାଏ। ଶରୀରକୁ ସ୍ଲିମ୍‍ ଓ ସୁନ୍ଦର କରିବା ପାଇଁ ମେସାନେ ବ୍ୟାୟାମ କରିଥାନ୍ତି । ଏହା ସହ ବିଭିନ୍ନ ପ୍ରକାର ଔଷଧ ଖାଇବାକୁ ପଛାନ୍ତିନାହିଁ । କିନ୍ତୁ ବିଶେଷ କିଛି ସୁଫଳ ମିଳେ ନାହିଁ । ତେଣୁ ଘରୋଇ ଉପାୟରେ ଆପଣ ସ୍ଲିମ ଓ ଫିଟ୍‍ ରହି ପାରିବେ। ତେବେ ଆସନ୍ତୁ ଜାଣିବା ଘରୋଇ ଉପଚାରର କିଛି ଟିପ୍ସ……

ଗୋଟିଏ କାକୁଡିକୁ ଚୋପା ନ ଛଡାଇ ଗୋଲ ଗୋଲ କରି କାଟି ରଖନ୍ତୁ । ଏହା ସହ ପୋଦିନା ପତ୍ର, ଗୋଟିଏ ଲେମ୍ବୁକୁ ଚାରି ଖଣ୍ଡ କରି କାଟି ରଖିବେ ଏବଂ ଖଣ୍ଡେ ଅଦାକୁ ଭଲ କରି ଧୋଇ ଛେଲି ରଖିବେ । ପରେ ଗୋଟିଏ କାଚ ଜାରରେ ୨ଲିଟର ପାଣି ନେଇ ସେଥିରେ ପୂର୍ବରୁ ପ୍ରସ୍ତୁତ ଥିବା କାକୁଡି, ପୋଦିନା ପତ୍ର, ଲେମ୍ବୁ ଓ ଅଦାକୁ ମିଶାଇ ରାତିସାରା ରଖି ଦେବେ । ଏହାକୁ ପର ଦିନ ସକାଳେ ଖାଲି ପେଟରେ ପିଇଲେ ପାଞ୍ଚଦିନ ମଧ୍ୟରେ ଫରକ ଜାଣି ପାରିବେ ।

Comments are closed.